ଆଜିଠାରୁ ରୋଜଗାର ମେଳା ଅଭିଯାନ ; ୭୫ ହଜାର ନବନିଯୁକ୍ତ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଠାରୁ ନିଯୁକ୍ତି ମେଳା ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଅଭିଯାନରେ ପ୍ରାୟ ୧୦ ଲକ୍ଷ ବେକାର ଯୁବବର୍ଗଙ୍କୁ ନିଯୁକ୍ତି ଦେବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଗୁରୁବାର ୨୨ ଅକ୍ଟୋବର ଏହି ସୂଚନା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ।
ପିଏମଓ କହିଛି କି ଯୁବବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଏବଂ ନାଗରିକଙ୍କୁ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ। ଏନେଇ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଜୁନ ମାସନରେ ମୋଦି ସମସ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ କି ଯୁବବର୍ଗଙ୍କ ପାଇଁ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ। ସବୁ ମନ୍ତ୍ରଣାଳୟରେ ମାନବସମ୍ବଳ ସ୍ଥିତିକୁ ସମୀକ୍ଷା କରିବା ପରେ ମୋଦି ଏହି ନିର୍ଦ୍ଦେଶ ଦେଇଥିଲେ।
ପିଏମଓ କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି ଯାହା ମଞ୍ଜୁରୀପ୍ରାପ୍ତ ପଦବୀରେ ବିପକ୍ଷରେ ଖାଲିସ୍ଥାନ ପୂରଣ କରୁଛି। ସମଗ୍ର ଦେଶରୁ ଚୟନ ହୋଇଥିବା ନୂତନ କର୍ମଚାରୀଙ୍କୁ ଭାରତ ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଏବଂ ବିଭାଗରେ ପୋଷ୍ଟ କରାଯିବ। ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ ବିଭିନ୍ନ ସ୍ତରରେ ସରକାରରେ ଯୋଗଦେବେ। ଉଦାହରଣ ସ୍ୱରୂପ, ଗ୍ରୁପ୍-ଏ, ଗ୍ରୁପ୍-ବି (ଗେଜେଟେଡ୍), ଗ୍ରୁପ୍-ବି (ଅଣ-ଗେଜେଟେଡ୍) ଏବଂ ଗ୍ରୁପ୍-ସି ବର୍ଗରେ ନିଯୁକ୍ତି ପ୍ରଦାନ କରାଯିବ।
ପିଏମଓ କହିଛନ୍ତି ଯେ ଯେଉଁ ପଦବୀ ପାଇଁ ନିଯୁକ୍ତି ଦିଆଯାଉଛି ସେଥିରେ ସେଣ୍ଟ୍ରାଲ୍ ଆର୍ମଡ୍ ଫୋର୍ସ ପର୍ସନାଲ, ସବ୍ ଇନ୍ସପେକ୍ଟର, କନଷ୍ଟେବଳ, ଏଲଡିସି, ଷ୍ଟେନୋ, ପିଏ, ଇନକମ ଟ୍ୟାକ୍ସ ଇନ୍ସପେକ୍ଟର, ଏମଟିଏସ ଅନ୍ତର୍ଭୁକ୍ତ। ପିଏମଓ କହିଛି ଯେ ଏହି ନିଯୁକ୍ତି ମନ୍ତ୍ରଣାଳୟ ଏବଂ ବିଭାଗ ନିଜେ କିମ୍ବା ଏକ ମିଶନ ମୋଡରେ ନିଯୁକ୍ତ ଏଜେନ୍ସି ମାଧ୍ୟମରେ କରୁଛନ୍ତି। ଏହି ଏଜେନ୍ସିଗୁଡ଼ିକରେ ୟୁନିୟନ ଜନସେବା ଆୟୋଗ, କର୍ମଚାରୀ ଚୟନ ଆୟୋଗ ଏବଂ ରେଳ ନିଯୁକ୍ତି ବୋର୍ଡ ଅନ୍ତର୍ଭୁକ୍ତ। ପିଏମଓ କହିଛନ୍ତି ଯେ ଚୟନ ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି ଏବଂ ଶୀଘ୍ର ନିଯୁକ୍ତି ପାଇଁ ବୈଷୟିକ ଦୃଷ୍ଟିରୁ ଦକ୍ଷ କରାଯାଇଛି।
