ବୁଢ଼ାବଳଙ୍ଗ ଉଚ୍ଚବିଦ୍ୟାଳୟରେ ସ୍ଵାଗତ ଉତ୍ସବ
ମୟୁରଭଞ୍ଜ : ବଡ଼ସାହି ଅନ୍ତର୍ଗତ ଶାଳଗାଁ ଗ୍ରା:ପ ରେ ସୋରିଷକୋଠାରେ ବୁଢ଼ାବଳଙ୍ଗ ସରକାରୀ ଉଚ୍ଚବିଦ୍ୟାଳୟର ସ୍ଵାଗତ ଉତ୍ସବ ପାଳନ କରାଯାଇଥିଲା। ବିଷ୍ନୁଚରଣ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନଶିକ୍ଷୟତ୍ରୀ ବନଲତା ପରିଡା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଝାଡେଶ୍ବର ଭୂୟାଁ ( ବଡ଼ସାହି ଗୋଷ୍ଠୀ ଶିକ୍ଷାଅଧିକାରୀ ), ମୁଖ୍ୟବକ୍ତା ସିଦ୍ଧେଶ୍ୱର ପୃଷ୍ଟି (ପ୍ରାକ୍ତନ ପ୍ରଧାନ ଶିକ୍ଷକ) , ସମ୍ମାନୀୟ ଅତିଥି- ପଦ୍ମଲୋଚନ ଦାସ ( ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଡ଼ସାହି) , ଗୋବର୍ଦ୍ଧନ ମହାପାତ୍ର ( ପ୍ରାକ୍ତନ ପ୍ରଧାନଶିକ୍ଷକ ପଞ୍ଚପଲୀ ଉଚ୍ଚ ବିଦ୍ୟାଳୟ) , ଜଗନ୍ନାଥ ମିଶ୍ର ( ଆଞ୍ଚଳିକ ସାଧନାକେନ୍ଦ୍ର C.R.C) , ସନ୍ତୋଷ କୁମାର ଖଣ୍ଡା ( ପରିବେଶବିତ୍) ଯୋଗ ଦେଇଥିଲେ। ଓଡିଶା ସରକାରଙ୍କ ଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶରେ ସୋରିଷକୋଠା ଗ୍ରାମରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ( ଉ: ପ୍ରା ବିଦ୍ୟାଳୟ) ବୁଢାବଳଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାମିଲ ଅଦ୍ୟ ତାରିଖ ରେ ସାମିଲ ହେଲା। ବୁଢାବଳଙ୍ଗ ଉଚ୍ଚ ବିଦ୍ୟାଳୟ କମିଟି ତଥା ଅଭିଭାବକ ମାନଙ୍କ ତରଫରୁ ନୂତନ କରି ଆସିଥିବା ୧ମ ରୁ ୮ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ କିପରି ଆଦର୍ଶ ଛାତ୍ର ହୋଇପାରିବେ ଓ ବିଦ୍ୟାଳୟ ର ନାମ ଟେକ ରଖିପାରିବେ ସେହି ବିଷୟରେ ଅତିଥି ବୃନ୍ଦ ପରାମର୍ଶ ପ୍ରଦାନ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଯାଇଥିଲା। ଭବିଷ୍ୟତରେ ଆଦର୍ଶ ଛାତ୍ର ଛାତ୍ରୀ ଗଠନ କରିବା ସହିତ ବିଦ୍ୟାଳୟ ର ନାମ ଆଗକୁ ନେଇପାରିବେ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ମତାମତ ପ୍ରଦାନ କରିଥିଲେ। ଅଦ୍ୟ ବୁଢାବଳଙ୍ଗ ସରକାରୀ ନୋଡାଲ ହାଇସ୍କୁଲ୍ ନାମରେ ନାମିତ କରାଗଲା। ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ- ଚିନ୍ମୟ କୁମାର ମିଶ୍ର, ସୁଧାପାଣି ବେହେରା, ବନିତା ଗିରି, ମମତା ମଞ୍ଜରୀ ସାହୁ, ବରୁଣ କୁମାର ମହାନ୍ତି, ଶତ୍ରୁଘନ ନନ୍ଦି, ନିୟତି କର, ମାହିଜାବିନ ସୁଲତାନା, ଶିବ ପ୍ରସାଦ ମଣ୍ଡଳ ଓ କାର୍ତିକ ଚନ୍ଦ୍ର ଜେନା ଯୋଗଦେଇଥିଲେ। କମିଟି ର- ଲକ୍ଷ୍ମଣ ରାଉତ, ଦିବାକର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର କର, ରମାକାନ୍ତ ବେହେରା, ଅତୁଳ ଗିରି, ଅବ୍ୟର୍ଥଶଙ୍କର ଜେନା ଓ ଅନ୍ୟ ମାନେ ସହଯୋଗ କରିଥିଲେ। ସର୍ବଶେଷରେ ବିଜ୍ଞାନ ଶିକ୍ଷକ ବିଜୟ ଭାସ୍କର ମହାଳିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
