ପଞ୍ଚାୟତ ସମିତିର ୨ୟ ବୈଠକ ଅନୁଷ୍ଠିତ
ନୀଳଗିରି : ନୀଳଗିରି ପଞ୍ଚାୟତ ସମିତିର୨ୟ ସାଧରଣବୈଠକ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବି.ଡି.ଓ. ଶ୍ରୀଯୁକ୍ତ ରାହୁଲ ମଣ୍ଡଳ ଉପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ପୂର୍ବ ବୈଠକର ବିବରଣୀ ଓ ଅନୁମୋଦନ ସଂପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଜନହିତକର କାର୍ଯ୍ୟ, ଓଡ଼ିଶା ଜୀବୀକମିଶନ, ଓ ମିଶନ ଶକ୍ତି ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ବଜାର ଚାହିଦା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏତଦ୍ବ୍ୟତୀତ କୃଷି ଉଦ୍ୟାନ, କ୍ଷୁଦ୍ର ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପାନୀୟଜଳ , ପରିମଳ ବ୍ୟବସ୍ଥା ସମେତ ପଞ୍ଚାୟତ ସମିତିର ଆୟବ୍ୟୟ, ଖାଦ୍ୟସୁରକ୍ଷା , ଖାଉଟି ବଂଟନ ବ୍ୟବସ୍ଥା ପ୍ରସଙ୍ଗରେ ଉପସ୍ଥିତ ଥିବା ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ନିଜ ନିଜର ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଉକ୍ତ ଉକ୍ତ ବୈଠକ ବି.ଡି.ଓ. ଶ୍ରୀଯୁକ୍ତ ମଣ୍ଡଳ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ବିଦ୍ୟୁତ୍ ବକେୟା ପୈଠ ସଂପର୍କରେ ଅବଗତ କରିଥିଲେ । ତତ୍ସହିତ ପଞ୍ଚାୟତ ସ୍ତରୀୟ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଗ୍ରାମାଂଚଳରେ ଶିଶୁଉଦ୍ୟାନ ନିର୍ମାଣ, ଆଦର୍ଶ ଅଙ୍ଗନୱାଡ଼ି ନିର୍ମାଣ ନିମନ୍ତେ ପ୍ରସ୍ତାବଆଗତ କରିଥିଲେ ଅପରପକ୍ଷେ ବି.ଡି.ଓ.ଙ୍କ କାର୍ଯ୍ୟକଳାପକୁବିରୋଧ କରି ବିଜେପି ସମର୍ଥିତ ନିର୍ବାଚିତ ପ୍ରତିନିଧିମାନେ ଆଜିର ବୈଠକକୁ ବର୍ଜନ କରିଥିଲା ବେଳେ ଏକ ସାମ୍ବାଦିକ ସମ୍ମିଳନୀରେ ନୀଳଗିରି ବି.ଡି.ଓ. ରାହୁଲ ମଣ୍ଡଳ ଗତ ୧୩ତାରିଖରେ କିଛି ପି.ଇ.ଓ.ଙ୍କୁ ବଦଳି କରିଥିଲେ । ମାତ୍ର ଯେଉଁ ପି.ଇ.ଓ. ବିରୋଧରେ ଅଭିଯୋଗ ହୋଇଥିଲା, ସେ ପି.ଇ.ଓ. ଙ୍କୁ ବଦଳି କରାନ ଯିବାରୁ ଏହା ବି.ଡି.ଓ.ଙ୍କରମନମୁଖୀ କାର୍ଯ୍ୟକଳାପ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବଦଳି ହୋଇଥିବା ପି.ଇ.ଓ.ଙ୍କୁବଦଳି ନିର୍ଦ୍ଦେଶକୁ ତୁରନ୍ତ ରଦ୍ଦ କରା ନ ଗଲେ ଆଗାମୀ ଦିନରେ ନୀଳଗିରି ବନ୍ଦ ଡାକରା ଦିଆଯିବ ବୋଲି ନୀଳିରି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
