ଦିବ୍ୟାଙ୍ଗ କନକଲତା ଓ ଗିରିଶଙ୍କୁ ଘରେ ମିଳିଲା ଭତ୍ତା
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଗନଧୂଳି ପଞ୍ଚାୟତ ଅଧୀନ ଗଣ୍ଡୁଆ ଗ୍ରାମର ଦିବ୍ୟାଙ୍ଗ ମହିଳା କନକଲତା ନାୟକ(୩୮) ଓ ରାଇଗଡିଆ ଗ୍ରାମର ଦିବ୍ୟାଙ୍ଗ ନାବାଳକ ଗିରିଶ ରାମ(୧୨) ବହୁଦିନରୁ ଭତ୍ତା ପାଇଁ ନେତା ପ୍ରଶାସନ ନିକଟରେ ଗୁହାରି କରି ଆସୁଥିଲେ । ବୁଧବାର ଖଇରା ବ୍ଲକ ସାମାଜିକ ସୁରକ୍ଷା ଅଧୀକାରିଣୀ ସାଲିମା ରାଉତ ସ୍ଥାନୀୟ ସରପଞ୍ଚ ମଦନ ସାନ୍ତରା ଓ ନିର୍ବାହୀ ଅଧିକାରୀ ବିରେନ୍ଦ୍ର କୁମାର ଜେନାଙ୍କ ସହ ଉକ୍ତ ୨ଗ୍ରାମକୁ ଯାଇ ୨ଦିବ୍ୟାଙ୍ଗଙ୍କୁ ତାଙ୍କ ଘରେ ଭେଟି ଭତ୍ତା ପ୍ରଦାନ କରିଛନ୍ତି । ଭତ୍ତା ପାଇବା ପରେ ତାଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଥିଲା । ଫଟୋ-ଖଇରା୧-ନାବାଳକ ଗିରିଶଙ୍କୁ ଅଧୀକାରୀ ମାନେ ଭତ୍ତା ଦେଉଛନ୍ତି ।
