ରାଇରଙ୍ଗପୁର ହାଇସ୍କୁଲରେ ସମୂହ ବିଦାୟ ସମ୍ବର୍ଦ୍ଧନା
ରାଇରଙ୍ଗପୁର : ରାଇରଙ୍ଗପୁର ହାଇସ୍କୁଲ ପ୍ରାଙ୍ଗଣରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ସଭାପତିତ୍ବରେ ସମୂହ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି । ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ତଥା କୁସୁମୀ ବିଇଓ କପିଳେନ୍ଦ୍ର ଦାସ ଏବଂ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଦିଲ୍ଲୀପ କୁମାର ମହାନ୍ତି ଯୋଗ ଦେଇଥିଲେ । ଉକ୍ତ ବିଦ୍ୟାଳୟରୁ ଅବସରର ଗ୍ରହଣ କରିଥିବା ବିଜ୍ଞାନ ଶିକ୍ଷକ ମନ୍ମଥ କୁମାର ବେହେରା, ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ହୋଇଥିବା ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ମହାନ୍ତ, ଗୌରୀଶଙ୍କର ମହାନ୍ତ, ହେମନ୍ତ କୁମାର ମହାନ୍ତ, ଦମୟନ୍ତୀ ମହାନ୍ତି, ରବୀନ୍ଦ୍ର ତିୟୁ ଏବଂ ବଦଳି ହୋଇ ଅନ୍ୟତ୍ର ଅବସ୍ଥାପିତ ହୋଇଥିବା ସଂସ୍କୃତ ଶିକ୍ଷୟିତ୍ରୀ ନିରୂପମା ମାଲ, କର୍ମଚାରୀ ସୌମ୍ଯ ରଞ୍ଜନ ମହାନ୍ତ ଏବଂ ପୂର୍ବତନ ବିଜ୍ଞାନ ଶିକ୍ଷକ ତଥା ପଦୋନ୍ନତି ପରେ ଗୋରୁମହିଷାଣୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇ ମୃତ୍ଯୁବରଣ କରିଥିବା ଲକ୍ଷ୍ମଣ କୁମାର ମାର୍ଣ୍ଣିଙ୍କ ଧର୍ମପତ୍ନୀ ସୁଚିତ୍ରା ସୋରେନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରମାନଙ୍କ ସହିତ ଶିକ୍ଷକ ଯଶୋବନ୍ତ ମହାନ୍ତ, ଉଦୟଭାନୁ ପ୍ରଧାନ, ଉମାକାନ୍ତ ବେହେରା ପ୍ରମୁଖ ବିଦାୟୀ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ଗୁଣାବଳୀ ବର୍ଣ୍ଣନା କରିବା ସହିତ ସ୍ମୃତିଅନୁଭୂତିର ଅବତାରଣା କରିଥିଲେ । ଛାତ୍ରମାନେ ଉତ୍ତମ ପାଠପଢ଼ା ସହ ଚରିତ୍ର ଗଠନରେ ବ୍ରତୀ ହୋଇ ଜୀବନକୁ ଭବିଷ୍ୟତ ପାଇଁ ଗଢ଼ି ତୋଳିବା ନିମନ୍ତେ ବିଦାୟୀ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ବିଜନ ମହାନ୍ତ, ବିଜୟ ମାଝୀ, ସୁନୀଲ ବିଶ୍ବାଳ, କାରୁ ହେମ୍ଭ୍ରମ, ସଞ୍ଜୀବ ଟିପିରିଆ, ଧୀରେନ ମହାନ୍ତ, ଶିକ୍ଷୟିତ୍ରୀ ମଧୁସ୍ମିତା ଗିରି, ସ୍ବାଗତିକା ମହାପାତ୍ର, ନମ୍ରତା ବଳ, ପ୍ରିୟଦର୍ଶନୀ ମିଶ୍ର, ଗୁଡିଗୌରୀ ମାଝୀ, ଜୟନ୍ତୀ ନାଏକ, ଚନ୍ଦ୍ରକାନ୍ତା ହାଁସଦାଃ, ନିବେଦିତା ନାୟକ ଓ ବିଜୟଲକ୍ଷ୍ମୀ ଦାସ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ଅପର୍ଣ୍ଣା ମାଇତି ଧନ୍ଯବାଦ ଅର୍ପଣ କରିଥିଲେ ।
