ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ, ୧୫ଜଣ ସଦସ୍ୟ ମନୋନୀତ
ନୀଳଗିରି : ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପକ୍ଷରୁ ଆୟୋଜିତ ଗ୍ରାମ୍ୟ ଜଙ୍ଗଲ ଅଧିକାର ବିଷୟରେ ୩ନଂ. ୱାର୍ଡ଼ର କେନ୍ଦୁନାଳ ଠାରେ ଏକ ବୈଠକ ଆୟୋଜିତ ହୋଇଥିଲା । ୱାର୍ଡ ସଭ୍ୟା ଅମିତା ସିଂ ସଭାପତିତ୍ୱ କରିଥିବା ବେଳେ ଏକ କମିଟି ଗଠନ କରାଯାଇଛି । ଏହି ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟିରେ ଜଙ୍ଗଲ ଜମିରେ ପଟ୍ଟା, ଜଙ୍ଗଲର ସୁରକ୍ଷା ଓ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଉକ୍ତ କମିଟିର ଗୁରୁ ଦାୟିତ୍ୱ ବୋଲି ଆଲୋଚନା ହୋଇଥିଲା । ଏହି ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟିରେ ୧୫ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ ବୈଠକରେ ବାଲେଶ୍ୱର ଡିଡବ୍ଲୁଓ ବିଶ୍ୱଦର୍ଶୀ ସାହୁ, ନୀଳଗିରି ଏଡିଡବ୍ଲୁ ରଞ୍ଜନ କୁମାର ଦାଶ, ଡବ୍ଲୁଓ ହେମାଙ୍ଗିନୀ ଅଗସ୍ତି, କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା, ସରପଞ୍ଚ ପୁରସ୍ତମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
