ଅବକାରୀ ଗୋଇନ୍ଦା ବିଭାଗ ଚଢ଼ାଉ: ବାଇକ ସହ ଜିଞ୍ଜର ଜବତ, ଦୁଇ ଗିରଫ
ସୋର : ଆଜି ସକାଳେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ନାୟକବନ୍ଧ ଛକ ନିକଟରୁ ଏକ ବାଇକ ସହ ସହ ୫୦ଟି ଜିଞ୍ଜର ବୋତଲ ଜବତ କରିଥିବା ବେଳେ ୨ ଜଣକୁ ଗିର‘ କରିଛି ।କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳେ ଏହି ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଓଆର ୨୨ଏ ୩୬୦୩ ନମ୍ବର ବିଶିଷ୍ଟ ହୋଣ୍ଡା ୟୁନିକର୍ଣ୍ଣ ବାଇକରେ ବାଲେଶ୍ୱରରୁ ଭଦ୍ରକକୁ ୫୦ ଟି ଜିଞ୍ଜର ବୋତଲ(୨୨ଲିଟର) ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ‘ଳରେ ଅବକାରୀ ବିଭାଗର ଏହିଟିମ ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ଜିଞ୍ଜର ବୋତଲ ସହ ବାଇକ ଟିକୁ ଜବତ କରି ଖଇରା ଥାନା ପ୍ରହରାଜପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ ଓ ମଛଦା ଗ୍ରାମର କାର୍ତିକ ପାକଳ କୁ ଗିରଫ‘ କରିଥିଲା । ଆଜି ଅପରାହ୍ଣ ରେ ଡାକ୍ତରୀମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
