ମନମୋହିଲା ନାଟକ ତୀର୍ଥଗୟା
ଖଇରା : ବାଲେଶ୍ବର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଵାୟତ ଅଧୀନ ମାଟିଆଳପଦା ଗ୍ରାମର ଶାରଦୀୟ ଲକ୍ଷ୍ମୀପୁଜା କମିଟି ତରଫରୁ ଲକ୍ଷ୍ମୀପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ନାଟକ ମଞ୍ଚସ୍ଥ ହାେଇ ଯାଇଛି I ଉଦ୍ଘାଟନୀ ସଭାରେ ଇଂ ରାଜେଶ ମହାକୁଡ ମୁଖ୍ୟଅତିଥି ଓ ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର ଏବଂ ସୁବାସ ଚନ୍ଦ୍ର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ I ପରେ ନାଟ୍ୟକାର ଗଣେଶ ପ୍ରସାଦ ମହାନ୍ତିଙ୍କ ଦ୍ବାରା ରଚିତ ନାଟକ ତୀର୍ଥଗୟା ଶିଶୁ କଳାକାର ମାନଙ୍କ ଦ୍ବାରା ମଞ୍ଚସ୍ଥ ହୋଇଥିଲା I ସୁରେନ୍ଦ୍ର ଗିରି ନିର୍ଦ୍ଦେଶନା ଦେଇଥିବା ବେଳେ ନିଳମଣି ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା ଗୟାସୁର ଭୁମିକାରେ ଅବତୀର୍ଣ୍ଣ ବିଶାଳ କୁମାର ଜେନା,ସାଗରିକା ଭୁମିକାରେ ଲୋପାମୁଦ୍ରା ଜେନା,ବିଷ୍ଣୁ ଭୁମିକାରେ ଅବତିର୍ଣ୍ଣ ସରୋଜ କୁମାର ଦାସଙ୍କୁ ଚମତ୍କାର ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା Iଏହି ପୌରାଣିକ ନାଟକଟି ଦର୍ଶକଙ୍କ ମନ ମୋହିଥିଲା I
