ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ବିଶ୍ୱ ଧଳାବାଡି ଦିବସ ପାଳିତ
ଜଳେଶ୍ୱର : ଜଳେଶ୍ୱରସ୍ଥିତ ନନ୍ଦିକା ନିକଟରେ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡିଶା ଅକ୍ଷମ କଲ୍ୟାଣ ସମିତି ପକ୍ଷରୁ ଆନ୍ତର୍ଜାତୀୟ ଧଳାବାଡି ଦିବସ ପାଳିତ ହୋଇ ଯାଇଛି । ଏଥିରେ ବିଷ୍ଣୁପଦ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବରେ ପଣାସସ୍ଥିତ ନିଳାଚଳ ସେବା ପ୍ରତିଷ୍ଠାନର ଅଧ୍ୟାପକ ସହଦେବ ଦାସ ଯୋଗ ଦେଇ ଧଳବାଡି ସପ୍ତାହର ତାତ୍ପର୍ଯ୍ୟ ଓ ଦୃଷ୍ଟିବାଧିତ ମାନଙ୍କ ପାଇଁ ଧଳବାଡିର ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଂପାଦକ କପିଳେଶ୍ୱର ମହାନ୍ତି, କମଳ ଚକ୍ରବର୍ତ୍ତୀ, ଡ. ଈଶ୍ୱରଚନ୍ଦ୍ର ଜେନା, ଡ. ରମାକାନ୍ତ ଭଂଜ, ସୁନିଲ କୁମାର ନାୟକ, ଦିଲ୍ଲିପ ଗିରି, ଅଶୋକ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଧରିତ୍ରୀରାଣୀ ଦେ, ସୁଚିସ୍ମିତା ସେନାପତି, ଲୋପାମୁଦ୍ର ପରିଡା, ଆଲୋକ କୁମାର ପ୍ରଧାନ, ଗୀତାଞ୍ଜଳି ପଟ୍ଟନାୟକ, ଅଜୟ ମହାପାତ୍ର, ଗୌରୀଶଂକୀ ପ୍ରଧାନ, ଯଦୁନାଥ ନାୟକ, ଚିନାରାଣୀ ଦେ, ମାମୁନୀ ଦେ ପ୍ରମୁଖ ସହଯୋଗ କରିଥିଳେ । ଦୃଷ୍ଟି ବାଧିକ ବ୍ୟକ୍ତି ବିଶେଷଙ୍କୁ ଧଳାବାଡି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଇଜାକ୍ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
