ହନିଟ୍ରାଫରେ ସଂପୃକ୍ତ ରାଜନେତାମାନେ : ସିପିଏମ୍
ଜଳେଶ୍ୱର : ରାଜ୍ୟ ରାଜନିତୀରେ ହଇଚଇ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗଙ୍କ ହନିଟ୍ରାଫ ମାମଲାରେ ସଂପୃକ୍ତ ରାଜନେତାମାନେ ନୈତିକତା ସୃଷ୍ଟିରୁ ପଦପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଆଜି ସିପିଏମ୍ ପକ୍ଷରୁ ଆୟୋଜିତ ସଭାରେ କୁହାଯାଇଛି । ରାଜ୍ୟ ଓ କେନ୍ଦ୍ରରର ଶାସନକ ଦଳର କେତେକ ରାଜନେତା ଓ କର୍ମଚାରୀ, ପ୍ରଶାସକ, ଅଫ଼ିସର, ପୋଲିସ୍ ସହିତ ଅନୌତିକ ସଂପର୍କ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଜି ଅପରାହ୍ନ ୫ଟାରେ ସିପିଏମ୍ର ଜଳେଶ୍ୱର ଆଞ୍ଚିଳିକ କମିଟି ପକ୍ଷରୁ ବସ୍ଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ଓ ଦେଶର ଆଇନ୍ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା ବେଳେ ନେତାଙ୍କ ଚେହେରା ପ୍ରକଟିତ ହୋଇଛି । ହନିଟ୍ରାଫ ଭଳି ଅନୈତିକ କାର୍ଯ୍ୟରେ ଯେଉଁମାନେ ସଂପୃକ୍ତଙ୍କ ବିରୋଧରେ ହାଇକୋଟର ମାନ୍ୟବର ବିଚାରପତିଙ୍କ ତଦାରଖରେ ଏସ୍ଆଇଟି ଗଠନ କରି ସେମାନଙ୍କୁ ଦଣ୍ଡ ଦେବାକୁ ଦାବି କରାଯାଇଛି । ଆୟୋଜିତ ସଭାରେ ଦିଲ୍ଲିପ କୁମାର ଗିରି ସଭାପତିତ୍ୱ କରିଥିବା ବେଳେ ଶିଶିର ହୁଇ, ସିତାଂଶୁ ସେଦାପତି, ଦିପ୍ତିମାନ ଆଚାର୍ଯ୍ୟ, ଦିଲ୍ଲିପ ପରିଡା, ଜିତାଂଶୁ ନନ୍ଦି, ପଲ୍ଟୁ ଦାସ, ରାଜିବ ପଣ୍ଡା, ରବିନ୍ଦ୍ର ବାରିକ, ସେକ୍ ଅବଦୁଲ ସାଦ୍ଦିକ, ଗଣେଶ ପାତ୍ର, ପ୍ରକାଶ ଦେ, ମଦନ ମାହାଲି, ଗଣେଶ ଭୂୟାଁ, ଗଣେଶ ଜେନା ଓ ଭାଗବତ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
