ବାଲିଆପାଳ ପୋଲିସ ଗୋରୁ ବୋଝେଇ ଟ୍ରକ ଜବତ କରି ୪୭ ବାଛୁରୀକୁ ଉଦ୍ଧାର କରି ଗୋଶାଳାରେ ଛାଡ଼ିଲେ
ବାଲିଆପାଳ : ଓଡ଼ିଶାରେ ଗୋତଷ୍କରୀ ଦିନକୁ ଦିନ ବଢ଼ୁଥିବାରୁ ବିଭିନ୍ନ ସ୍ଥାନରେ ନାକା ପଏଣ୍ଟ ସ୍ଥପନ କରି ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ପ୍ରହରା ଦିଆଯାଉଛି। ଫଳରେ ଗୋ ଚାଲାଣକାରି ମାନେ ଜାତିୟ ରାଜପଥ ଛାଡ଼ି ଗଳିକନ୍ଦିଦେଇ ଗୋଚାଲଣର ରାସ୍ତା ଆପଣେଉଛନ୍ତି। ସେହିପରି ବାଲେଶ୍ବର ଜିଲ୍ଲାରେ ଧରପଗଡ ପାଇଁ ୬୦ ନମ୍ୱର ଜାତୀୟ ରାଜପଥକୁ ଛାଡ଼ି ଗଳିକନ୍ଦି ଦେଇ ପଶ୍ଚିମବଙ୍ଗରେ ପଶିବାକୁ ଉଦ୍ୟମ କରୁଥିବା ସମୟରେ ମଙ୍ଗଳବାର ରାତିରେ ଏକ ବାଛୁରୀ ବୋଝେଇ ଟ୍ରକକୁ ବାଲିଆପାଳ ପୋଲିସ ମାଡିବସି ଗୋରୁ ବୋଝେଇ ଗାଡିକୁ ଜବତ କରିଥିଲେ। ଗାଡି ଭିତରେ କେବଳ ଛୋଟ ଛୋଟ ୪୭ ବାଛୁରୀକୁ ଦେଖି ପୋଲିସ ହତବାକ ହୋଇଯାଇଥିଲେ। ଏତେ ସଂଖ୍ୟାରେ କେବଳ ବାଛୁରୀକୁ ଚାଲାଣ କରିବା ବାଲିଆପାଳ ଅଞ୍ଚଳରେ ପ୍ରଥମ ବୋଲି ଜଣାପଡିଛି।ଗାଡି ଭିତରୁ ପୋଲିସ ଜବତ ୪୭ଟି ବାଛୁରୀକୁ ଉଦ୍ଧାର କରି ବାଲେଶ୍ଵର ଗୋଶାଳାରେ ଛାଡ଼ିଥିବା ଆଇ ଆଇ ସି ସୁବ୍ରତ ବେହେରା କହିଛନ୍ତି। ମଙ୍ଗଳବାର ରାତ୍ରିରେ ବାଲିଆପାଳ ଦେଇ ପଶ୍ଚିମବଙ୍ଗକୁ ଗୋ ଚାଲାଣ ହେଉଥିବାର ସୁରାଖ ପାଇ ବାଲିଆପାଳ ଆଇ ଆଇ ସି ସୁବ୍ରତ କୁମାର ବେହେରା ବାଲିଆପାଳ ଅଞ୍ଚଳରେ ପ୍ରହରାକୁ ଜୋରଦାର କରିଦେଇଥିଲେ। ପୋଲିସ ବିଭିନ୍ନ ଗଳି ବାଟରେ ପଇଁତରା ମାରୁଥିବା ସମୟରେ ବାଲିଆପାଳ କର୍ମଦା ରାସ୍ତାର ପାରୁଳିଆ ଛକ ନିକଟରୁ ଏକ ବାଛୁରୀ ବୋଝେଇ ଟ୍ରକକୁ ଜବତ କରିବା ସହିତ ଡ୍ରାଇଭର ଓ ହେଲ୍ପରକୁ ଥାନାକୁ ଆଣି ଅଟକ ରଖିଛନ୍ତି।ବୁଧବାର ସକାଳେ ବାଲିଆପାଳ ପୋଲିସ ଟ୍ରକରୁ ୪୭ ଟି ବାଛୁରୀକୁ ଉଦ୍ଧାର କରି ବାଲେଶ୍ଵର ଗୋଶାଳାରେ ଛଡ଼ା ଯାଇଥିବା ନେଇ ପୋଲିସ କହିଛି। ଏ ଏସ ଆଇ ଜ୍ୟୋତିଞ୍ଜନ ମିଶ୍ର, ପିଥ ହେମ୍ବ୍ରମଙ୍କ ସହିତ ଅନ୍ୟ ପୋଲିସ ଉପସ୍ଥିତ ରହି ଗୋରୁଗାଡି ଜବତ କରିଥିବା ବେଳେ ଜ୍ୟୋତିଞ୍ଜନ ମିଶ୍ର ଏବଂ ମନୋରଞ୍ଜନ ପୁହାଣ, ଉଦ୍ଧାର ୪୭ ବାଛୁରୀକୁ ବାଲେଶ୍ଵର ଗୋଶାଳାରେ ଛାଡିଥିଲେ।
