ଡିଫେକ୍ସପୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
୫୨ ୱିଙ୍ଗ ବାୟୁସେନା ଷ୍ଟେସନ ‘ଦିଶା’ର ଶିଳାନ୍ୟାସ
ନୂଆଦିଲ୍ଲୀ : ଗୁଜରାଟର ଗାନ୍ଧୀନଗରରେ ‘ଡିଫେକ୍ସପୋ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ୫୨ ୱିଙ୍ଗ ବାୟୁସେନା ଷ୍ଟେସନ ‘ଦିଶା’ର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଡିଫେକ୍ସପୋ ୨୨ର ଏହି ଆୟୋଜନ ନୂଆ ଭାରତର ଏମିତି ଭବ୍ୟ ଫଟୋ ଉଠାଉଛି ଯାହାର ସଙ୍କଳ୍ପ ଆମେ ଅମୃତକାଳରେ ନେଇଛୁ । ଏଥିରେ ରାଷ୍ଟ୍ରର ବିକାଶ, ଯୁବ ଶକ୍ତି, ସ୍ୱପ୍ନ, ସଙ୍କଳ୍ପ ଓ ସାହସ ରହିଥିବାବେଳେ ବିଶ୍ୱ ପାଇଁ ଏକ ଆଶା ମଧ୍ୟ ରହିଛି । ଏହା ଦେଶର ଏମିତି ପ୍ରଥମ ଡିଫେକ୍ସପୋ ଯେଉଁଥିରେ କେବଳ ଭାରତୀୟ କମ୍ପାନୀ ହିଁ ଭାଗ ନେଉଛି । କେବଳ ମେଡ ଇନ ଇଣ୍ଡିଆର ପ୍ରତିରକ୍ଷା ଉପକରଣ ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଆଜି ଅନ୍ତରାଷ୍ଟ୍ରୀୟ ସୁରକ୍ଷାଠୁ ଆରମ୍ଭ କରି ବୈଶ୍ୱିକ ବ୍ୟାପାର ପର୍ଯ୍ୟନ୍ତ ମେରୀଟାଇମ ସିକ୍ୟୁରିଟି ଗ୍ଲୋବାଲ ପ୍ରାଥମିକତା ରୂପେ ଉଭା ହୋଇଛି । ଭାରତ ଉପରେ ସମଗ୍ର ବିଶ୍ୱର ବିଶ୍ୱାସ ବଢ଼ିଛି ଏବଂ ସଭିଙ୍କ ଆଶାକୁ ପୂରଣ କରିବା ପାଇଁ ଭାରତ ଯଥାସମ୍ଭବ ପ୍ରୟାସ ମଧ୍ୟ ଜାରି ରଖିଛି । ସେଥିପାଇଁ ଏହି ଡିଫେନ୍ସ ଏକ୍ସପୋ ଭାରତ ପ୍ରତି ବୈଶ୍ୱିକ ବିଶ୍ୱାସର ପ୍ରତୀକ ।
