ଏଫଏମୟୁରେ ପ୍ରାକ୍ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ଚୟନ ଶିବିର
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ) ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ପ୍ରୋଗ୍ରାମ କୋଅର୍ଡ଼ିନେଟର ଡଃ ଅମୂଲ୍ୟ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାକ୍ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭଦ୍ରକ ଓ ବାଲେଶ୍ୱର ଜିଲାର ବିଭିନ୍ନ ମହାବିଦ୍ୟାଳୟ ସମେତ ଫକୀରମୋହନ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରୁ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମିନା ଦାସ ଓ ପିଜି କାଉନସିଲର ଚେୟାରମ୍ୟାନ ପ୍ରଫେସର ମୁନେଷ ଚନ୍ଦ୍ର ଅଧିକାରୀ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଭଦ୍ରକ ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବୈରଗଞ୍ଜନ ଦାଶ, ବାଲେଶ୍ୱର ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରୋଗ୍ରାମ ଅଫିସର ଡ. ଜଗନ୍ନାଥ ବେହେରା, ଡ. ପ୍ରତିମା ପ୍ରଧାନ, ବ୍ରଜବିହାରୀ ପତି, ପ୍ରଭାତ ରଞ୍ଜନ ଦାସ, ଗୋପୀନାଥ ଦାସ, ଅଫିସ ସହାୟକ ତାପସ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଫଏମୟୁର କ୍ରୀଡ଼ା ପ୍ରଶିକ୍ଷକ ସଂଗ୍ରାମ ବିଶୋଇ ଓ ଏମ୍ ଏ ଖାନ ପ୍ରମୁଖ ବିଚାରକ ଭାବରେ ସ୍ୱେଚ୍ଛାସେବୀ ଚୟନ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ଫାର୍ମାସିଷ୍ଟ ଅଶ୍ରୁମୋଚନ ବାରିକ ଓ ସେବିକା ଅଞ୍ଜଳି ପ୍ରଧାନ ପ୍ରମୁଖ ସ୍ୱେଚ୍ଛାସେବୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଦୌଡ଼, ପ୍ୟାରେଡ଼, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମୌଖିକ ପରୀକ୍ଷା ପ୍ରଭୃତି କରାଯାଇ ବାଳକ ବର୍ଗରୁ ୧୧ ଜଣ ଓ ବାଳିକା ବର୍ଗରୁ ୧୧ ଜଣଙ୍କୁ ଚୟନ କରାଯାଇଛି । ଆସନ୍ତା ଅକ୍ଟୋବର ୨୦ ଓ ୨୧ ତାରିଖରେ ମୟୂରଭଞ୍ଜ ଜିଲାର ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଚୟନ ପ୍ରକ୍ରିୟାରେରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
