ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ବାଲେଶ୍ୱର ଶାଖାର ନୂତନ କର୍ମକର୍ତାମାନଙ୍କ ଶପଥଗ୍ରହଣ
ସମାଜର ଉନ୍ନତି ପାଇଁ ସମ୍ମେଳନ ପକ୍ଷରୁ ନିଷ୍ଠାପର ଉଦ୍ୟମ ଜାରି ରହିବ : ରାଜ୍ୟ ସଭାପତି
ବାଲେଶ୍ୱର : ଗତ ଅଗଷ୍ଟ ମାସରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ବାଲେଶ୍ୱର ଶାଖର ନୂତନ କର୍ମକର୍ତା ନିର୍ବାଚନ ହୋଇଥିବା ବେଳେ ରବିବାର ଭବାନୀ ସ୍କୁଲ୍ ପରିସରରେ ନୂତନ କର୍ମକର୍ତାମାନେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ସମ୍ମେଳନର ରାଜ୍ୟ ସଭାପତି ଗୋବିନ୍ଦ ରାମ ଜୀ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ତଥା ରାଷ୍ଟ୍ରର ସାମଗ୍ରିକ ବିକାଶ ପାଇଁ ସମ୍ମେଳନ ପକ୍ଷରୁ ନିଷ୍ଠାପର ଉଦ୍ୟମ ଜାରି ରହିବ ବୋଲି କହିଥିଲେ । ରତିମାସ ବାଲେଶ୍ୱର ଶାଖାର କର୍ମକର୍ତା ଓ ସଦସ୍ୟମାନେ ଏକାଠି ବସି ଆଲୋଚନା କଲେ ନିଶ୍ଚିତ ଭାବେ ସମାଜର ବିଭିନ୍ନ ସମସ୍ୟା ଓ ସମ୍ମେଳନ ପକ୍ଷରୁ କିଭଳି ସେ ସବୁର ସମାଧାନ କରିହେବ ତା’ର ବାଟ ବାହାରିବ ବୋଲି ଶ୍ରୀ ଅଗ୍ରୱାଲ କହିଥିଲେ ।
ରାଜ୍ୟସ୍ତରରେ ସମ୍ବଲପୁରରେ ଥିବା ସମ୍ମେଳନର ଶାଖା ସର୍ବାଗ୍ରେ ରହିଥିବା ବେଳେ ସମାଜସେବା କ୍ଷେତ୍ରରେ ବାଲେଶ୍ୱର ଦୁଇ ନମ୍ବରରେ ରହିଛି । କରୋନା ସମୟରେ ବାଲେଶ୍ୱରର ସମ୍ମେଳନ ପକ୍ଷରୁ ଅନେକ କିଛି ପଦକ୍ଷେପ ନିଆଯାଇଥିବା ଯୋଗୁଁ ସେ କର୍ମକର୍ତାମାନଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ଶପଥ ନେଇଥିବା ନୂତନ ସମ୍ପାଦକ ଧର୍ମେନ୍ଦ୍ର ମୋର୍ । ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଗତ ୩ବର୍ଷ ମଧ୍ୟରେ ସଂଗଠନ କି ପ୍ରକାର ସାମାଜିକ କଲ୍ୟାଣ ହାତକୁ ନେଇଛି ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଶପଥଗ୍ରହଣ ଉତ୍ସବରେ ମଂଚ ପରିଚାଳନା କରିଥିଲେ ପ୍ରକାଶ ପୋଦ୍ଦାର । ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଦିନେଶ କୁମାର ଅଗ୍ରୱାଲ, ଭଦ୍ରକ ଶାଖା ସଭାପତି ରାଜକିଶୋର ଅଗ୍ରୱାଲ ଉଦ୍ବୋଧନ ଦେଇଥିଲେ । ମୃତ୍ୟୁଭୋଜୀକୁ ଆଡ଼ମ୍ବର ସହକାରେ ନକରିବାଲାଗି ମଂଚ ପରିଚାଳନା କରୁଥିବା ପ୍ରକାଶ ପୋଦ୍ଦାର ସମସ୍ତଙ୍କୁ ଅନୁରୋଧ କରିଥିଲାବେଳେ ସମ୍ମେଳନ କକ୍ଷ ବାହାରେ ଏହି ପ୍ରସ୍ତାବକୁ ଶତାଧିକ ବ୍ୟକ୍ତି ସ୍ୱାକ୍ଷର କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ କହିଥିଲେ କି, ସେ ଏଠାରେ ଜଣେ ଅତିଥି ନୁହେଁ ବରଂ ସମାଜର ଜଣେ ପରିବାର ସଦସ୍ୟ ଭାବେ ଏଠାକୁ ଆସିଛନ୍ତି । ତାଙ୍କଦ୍ୱାରା ଯେତିକି ସମ୍ଭବ ସେତିକି ସହାୟତା ଓ ସହଯୋଗ ଦିଆଯିବ । କାର୍ଯ୍ୟକ୍ରମରେ ବିଦାୟୀ ସଭାପତି ରାଜେଶ କୁମାର ଖଣ୍ଡେଲୱାଲ, ନୂତନ ଉପସଭାପତି ମନହରଲାଲ ପେରିୱାଲ୍, ଗିରିଶ ମୋଦୀ, ସମ୍ପାଦକ ଗୌରବ ରାଠୀ, ଯୁଗ୍ମସମ୍ପାଦକ ରଣଜିତ୍ ଖଣ୍ଡେଲୱାଲ ଓ ପ୍ରଭାତ ଖଣ୍ଡେଲୱାଲ, କୋଷାଧ୍ୟକ୍ଷ ସୁଶୀଲ କୁମାର ଜାଲାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନର ନୂତନ ସଦସ୍ୟମାନେ ହେଲେ, ପ୍ରକାଶ ପୋଦ୍ଦାର, ଶିବକୁମାର ପୋଦ୍ଦାର, ନୱଲ ଅଗ୍ରୱାଲ, ସନ୍ତୋଷ ମୋଦୀ, ସଞ୍ଜୀବ ଅଗ୍ରୱାଲ, ମୋହିତ ପୋଦ୍ଦାର, ସୋନୁ ଖଣ୍ଡେଲୱାଲ, ଗିରିଶ ମିଶ୍ର, ମନୀଶ ସରାୱଗୀ, ରାଜେସ ସରାୱଗୀ, ମହେନ୍ଦ୍ର ଶାହା, ଏମଏମଏସର ସଭାପତିି ପ୍ରିୟା ଅଗ୍ରୱାଲ, ବବିତା ମୋର୍, ମନିଶା ମୋଦୀ, ମୟୂର ଗୁପ୍ତା, କୁଲଦୀପ ଝୱର, ଅମିତ ଅଗ୍ରୱାଲ, ନବୀନ କୁମାର ଚଣ୍ଡକ, ଅନୁରାଗ ଅଗ୍ରୱାଲ, ରାଜିବ ଦିଦୱାନିଆ, ନବରତନ ରାଠୀ, ଆକାଶ ଘିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ମେଳନର ନୂତନ ସଦସ୍ୟ ଗୌରବ ରାଠୀ, ବିନିତ ମୋର, ପ୍ରିୟା ଅଗ୍ରୱାଲ, ଗୋପାଲ ଅଗ୍ରୱାଲ, ଗୋପାଲ ଖଣ୍ଡେଲୱାଲ, ରାକେଶ ଅଗ୍ରୱାଲ, ଆଶିଷ କୁମାର ଖଣ୍ଡେଲୱାଲ, ରିଷି ଗୁପ୍ତା, କୋମଲ କୁମାର ଶାହା, ସୋନୁ ଖଣ୍ଡେଲୱାଲ, ଦିନେଶ ଅଗ୍ରୱାଲ, ମୟୂର ଗୁପ୍ତା, ସଞ୍ଜୀତା ପୋଦ୍ଦାର, ଜଗଦୀଶ ପ୍ରସାଦ ଖଣ୍ଡେଲୱାଲ, ଦିନେଶ ପେରିୱାଲ, ପିୟୂଷ ବାଜୋରିଆ, ସୌରଭ ରାଠୀ, ଅରୁଣ ରାଠୀ, ପିୟୂଷ ସୋମାନୀ, ଦିନେଶ ଖଣ୍ଡେଲୱାଲ, ଭଗୀରଥଚୀ ଚଣ୍ଡକ, ସାଜନ କୁମାର ଶାହା, ନରେଶ ଖଣ୍ଡେଲୱାଲ, ପ୍ରୟାଗରାଜ ଶାହା, ଡ. ଉମାଶଙ୍କର ଶାହା, ଶେର ସିଂହ ପ୍ରମୁଖଙ୍କୁ ସମ୍ମେଳନର ସଭ୍ୟ ଭାବେ ସାମିଲ କରାଯାଇଛି । ଏହି ଅବସରରେ ଝଲକ ପତ୍ରିକାର ସମ୍ପାଦକ ବିଜୟଜୀ କେଡ଼ିଆଙ୍କ ସମତେ ବହୁ ଅତିଥି ଉଦ୍ବୋଧନ ଦେଇଥିଲେ ।
