ଭୀମପୁରା ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ସୋମବାର ତେନ୍ତୁଳିଡା,ଭୀମପୁରା ଓ ସୋମନାଥପୁର ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଏହି ରୂପାନ୍ତରୀକରଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ । ପୂର୍ବାହ୍ଣରେ ରେମୁଣା ବ୍ଲକ ଅନ୍ତର୍ଗତ ତେନ୍ତୁଳିଡା, ମଧ୍ୟାହ୍ଣରେ ଭୀମପୁରା ଓ ଅପରାହ୍ଣରେ ସୋମନାଥପୁର ଉଚ୍ଚବିଦ୍ୟାଳୟର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭୀମପୁରା ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକ ଯୋଜଦେଇ କହିଥିଲେ କି, ତୃତୀୟ ପର୍ଯ୍ୟାୟରେ ଏହି ବିଦ୍ୟାଳୟକୁ ରୂପାନ୍ତରୀକରଣ କରିବା ପାଇଁ ଅର୍ଥ ମଞ୍ଜୁର ହୋଇଛି । ଖୁବ୍ଶୀଘ୍ର ବିଦ୍ୟାଳୟକୁ ପଡ଼ିଥିବା ରାସ୍ତାକୁ କଂକ୍ରିଟ୍ କରାଯିବ । ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ୍ ରାଜେନ୍ଦ୍ର ରାଉତ, ସରପଂଚ ରିତାଞ୍ଜଳି ପଲାଇ, ଜିଲ୍ଲା ପରିଷଦ ସଭ୍ୟା କବିତା ପାଣି, ପ୍ରଧାନଶିକ୍ଷକ ପ୍ରଭାକର ଜେନା, ଲାଲମୋହନ ପ୍ରଧାନ, ରାଜେନ୍ଦ୍ର ମହାପାତ୍ର, ପୀତାମ୍ବର ଖଟୁଆ ପ୍ରମୁଖ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ଉଦ୍ୟମ ଯୋଗୁଁ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଥିବା କହିଥିଲେ । ଆୟୋଜିତ ସଭାରେ ବିଧାୟକଙ୍କ ପ୍ରତିନିଧି ତଥା ରେମୁଣା ବ୍ଲକ ପୂର୍ବତନ ଭାଇସ ଚେୟାରମ୍ୟାନ୍ ମନୋରଞ୍ଜନ ରାଉତ ପୌରହିତ୍ୟ କରିଥିଲେ ।
