ସତ୍ୟ ସାଇଁ ହେଲ୍ଥ ଏଣ୍ଡ ଏଜୁକେଶନ ଟ୍ରଷ୍ଟର ପ୍ରତିନିଧି ମଣ୍ଡଳୀ ଆଜି ଝାରସୁଗୁଡା ଆସି ନିର୍ମାଣଧୀନ ହାର୍ଟ ହସ୍ପିଟାଲର ପରିଚାଳନା ପାଇଁ ଭିତ୍ତିଭୁମୀ ତଦାରଖ କରିବାସହ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନସହ ଆଲୋଚନା କରିଛନ୍ତି
ଝାରସୁଗୁଡା : ରାଜ୍ୟ ସରକାରଙ୍କ ସହାୟତାରେ ଝାରସୁଗୁଡା ଜିଲ୍ଲାରେ ମା ଏବଂ ଶିଶୁ ହସ୍ପିଟାଲର ସ୍ଥାପନା ଓ ପରିଚାଳନା, ହୃଦରରୋଗ ସମ୍ପର୍କିତ ନର୍ସିଂ ଏବଂ ପରାମେଡିକାଲ ଷ୍ଟାଫମାନଙ୍କୁ ଟ୍ରେନିଂ ପ୍ରୋଗ୍ରାମ ଆଦି ଯୋଗାଇବା ପାଇଁ ପାଇଁ ସତ୍ୟ ସାଇଁ ହେଲ୍ଥ ଏଣ୍ଡ ଏଜୁକେଶନର ପ୍ରତିନିଧି ମଣ୍ଡଳୀ ଆଜି ଆସି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଝାରସୁଗୁଡାରେ ନିର୍ମାଣଧୀନ ଥିବା ହାର୍ଟ ହସ୍ପିଟାଲ ପରିଦର୍ଶନ କରିବାସହ ଭିତ୍ତିଭୁମୀ ଅନୁଧ୍ୟାନ କରିଛନ୍ତି l ସରକାରଙ୍କ ସହାୟତାରେ ସତ୍ୟ ସାଇଁ ଟ୍ରଷ୍ଟ ପକ୍ଷରୁ ଝାରସୁଗୁଡାରେ ମହିଳା ଓ ଶିଶୁଙ୍କ ପାଇଁ ଏକ ହସ୍ପିଟାଲ ସ୍ଥାପନ କରି ମାଗଣା ଚିକିତ୍ସା ସେବା ଯୋଗାଇବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି l ଏହାସହ ଝାରସୁଗୁଡାରେ ନିର୍ମାଣ ହେଉଥିବା ହାର୍ଟ ହସ୍ପିଟାଲର ପରିଚାଳନା ଦାୟିତ୍ୱ ମଧ୍ୟ ସତ୍ୟ ସାଇଁ ହେଲ୍ଥ ଏଣ୍ଡ ଏଜୁକେଶନ ଟ୍ରଷ୍ଟ ନେଉ ବୋଲି ଅନୁରୋଧ କରାଯାଇଥିବା ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି l ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇପରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି l ସେହିପରି ଝାରସୁଗୁଡାରେ ହସ୍ପିଟାଲ ସ୍ଥାପନର ନିଶ୍ଚିତ ଭିତିଭୂମି ଥିବାବେଳେ ଏହାର ପରିଚାଳନା ଓ ଆବଶ୍ୟକ ଉପକରଣ ବିଷୟରେ ଆଲୋଚନା ପରେ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବବୋଲି ସତ୍ୟ ସାଇଁ ହେଲ୍ଥ ଏଣ୍ଡ ଏଜୁକେଶନ ଟ୍ରଷ୍ଟ କର୍ତ୍ୟୁପକ୍ଷ କହିଛନ୍ତି l ଏହି ହାର୍ଟ ହସ୍ପିଟାଲ ପରିଦର୍ଶନ ସମୟରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ , ସତ୍ୟ ସାଇ ହେଲଥ ଏଣ୍ଡ ଏଜୁକେସନ ଟ୍ରଷ୍ଟ ର ପ୍ରତିନିଧି ଡାକ୍ତର ସ୍ନେହଲ କୂଳକରଣୀ , ଡାକ୍ତର ଖଣ୍ଡେପାରକର, ଡାକ୍ତର ବାଳସ୍ୱରୂପ ସାହୁ, ଡାକ୍ତର ଅତୁଳ ପ୍ରଭୁ, ଡାକ୍ତର ପ୍ରଦୀପ ବର୍ମା, ଡାକ୍ତର ରବି କିରଣ ଶ୍ରୀପଦ,ସୋମ୍ୟା ଶ୍ରୀପଦ,ଅଜୟ ଶ୍ରଫ ସମେତ , ଝାରସୁଗୁଡା ଏ ଡି ଏମ ପ୍ରବୀର କୁମାର ନାୟକ,ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟର ସି ଡି ଏମ ଓ ଦୋଳମଣି ପଟେଲ , ଡି ପି ଏମ ବୁଲୁନାଥ ସାହୁ, ପୂର୍ତ୍ତ ବିଭାଗ ଅଧିକାରୀ ସମେତ ବଣିକ ସଙ୍ଘ ସଭାପତି ହୀରାଲାଲ ଲୋକଚନ୍ଦନୀ,ବରିଷ୍ଠ ଆଇନଜୀବୀ ରଘୁମଣୀ ପଟେଲ, ପୂର୍ବତନ ଚେୟାରମ୍ୟାନ ତାପସ ରାୟ ଚୌଧୁରୀ, ହରିଷ ଗଣତ୍ରା , ପିଣ୍ଟୁ ପାଢ଼ୀ ଉପସ୍ଥିତ ଥିଲେ । ଅପରାହ୍ନ ରେ ଜିଲାପାଳ କାର୍ଯ୍ୟାଳୟ ସ୍ଥିତ ଡି ଏମ ଫ ହଳ ରେ ଶ୍ରୀ ସତ୍ୟସାଇ ହେଲଥ ଏଣ୍ଡ ଏଜୁକେସନ ଟ୍ରଷ୍ଟ ର ପ୍ରତିନିଧିମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଅଧ୍ୟକ୍ଷତା କରିଥିଲେ ମାନ୍ୟବର ସାଂସଦ ଶ୍ରୀ ସୁରେଶ ପୂଜାରୀ , ଜିଲ୍ଲାପାଳ ଶ୍ରୀ ସରୋଜ ସାମଲ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ହାର୍ଟ ହସ୍ପିଟାଲର ପରିଚାଳନା ଉପରେ ଆଲୋଚନା ହୋଇଥିଲା ।
