ମହିଳାଙ୍କ ଠାରୁ ସୁନାହାର ଲୁଟି ଛୁ ମାରିଲେ ଦୁବୃତ୍ତ
ଜଳେଶ୍ୱର : ବାସନ କୁସନ ଓ ଅଳଙ୍କାର ସଫା କରିବା ନାମରେ ଦୁଇ ଯୁବକ ଜଣେ ମହିଳାଙ୍କ ଠାରୁ ସୁନାହାର ଲୁଟି ଛୁ ମାରିଥିବାର ଜଣା ପଡିଛି । ରାଇବଣିଆ ଥାନା ଅନ୍ତର୍ଗତ ଚମାରଗାଁ ପଂଚାୟତର ଚାଫଲା ଗାଁର ବିଜୟ କୁମାର ବାଗ ଭୋଗରାଇ ବ୍ଳକରେ ସରକାରୀ କର୍ମଚାରୀଭାବେ କାର୍ଯ୍ୟକରି ଆସୁଛନ୍ତି । ଘରେ ତାର ସ୍ତ୍ରୀ ଅଂଜୁଲତା ରହନ୍ତି । ଦୁଇ ଯୁବକ ଏକ ବାଇକ୍ରେ ଆସି ତାଙ୍କ ଘରେ ପହଞ୍ଚି କଂସା ବାସନ ସଫା କରିବା ପ୍ରୟାସ କରି ତାଙ୍କ ମନରେ ବିଶ୍ୱାସ ଜନ୍ମେଇଥିଲେ । ପ୍ରଥମେ କଂସାବାସନ ଓ ତା ପରେ ପାଉଁଜି ସଫାକଲାପରେ ଅଂଜୁଲତା ପିନ୍ଧିଥିବା ସୁନାହାରଟି ସଫାଲାଗି ଯୁବକ ଦ୍ୱୟ କହିଥିଲେ । ହାରଟି ସଫାକଲାବେଳେ ଯୁବଦ୍ୱୟ ଗରମ ପାଣି ମାଗିବାରୁ ଅଂଜୁଲତା ଘରଭିତରକୁ ଯାଇଥିବା ବେଳେ ଯୁବକଦ୍ୱୟ ସୁନାହାର ନେଇ ଛୁ ମାରିଛନ୍ତି । ଏହା ଜଣାଯିବାପରେ ସେ ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି ।
