ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ରେ ଚମ୍ପିଆନ ଝାରସୁଗୁଡା (ବାଳକ) , ବ୍ରଜରାଜନଗର (ବାଳିକା)
ଝାରସୁଗୁଡା : ଫିପା (୧୭ବର୍ଷ)ମହିଳା ବିଶ୍ୱକପ ଫୁଟବଲ ଖେଳକୁ ଅଧିକ ଜନପ୍ରିୟ କରିବା ନିମନ୍ତେ ଝାରସୁଗୁଡା ଜିଲ୍ଳା ର ସ୍କୁଲ ସ୍ତର ରେ ଆରମ୍ଭ ହୋଇ ଥିବା ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅପରାହ୍ନ ୨ ଟା ରେ ଓ.ଏସ.ଏପି ଷ୍ଟାଡିୟମ ରେ ଏସ.ଏସ.ଡି .ଅର୍ଡା ଓ ବ୍ରଜରାଜନଗର ଜୋନ (ବାଳିକା) ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ୨-୧ଗୋଲରେ ବ୍ରଜରାଜନଗର ଜୋନ (ବାଳିକା) ବିଜୟୀ ହୋଇ ଚମ୍ପିଆନ ହୋଇ ଥିବା ବେଳେ ଏସ.ଏସ.ଡି .ଅର୍ଡା ରନର୍ସ ଅଫ୍ ହୋଇଛି । ଦ୍ୱିତୀୟ ମ୍ୟାଚ ଲଖନପୁର ଓ ଝାରସୁଗୁଡା ଜୋନ (ବାଳକ)ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ୨ୟ ଭାଗର ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରବଳ ବର୍ଷା ହେବାରୁ ଟ୍ରାଇବେକର ପଦ୍ଧତିରେ ୩-୨ ଗୋଲରେ ଝାରସୁଗୁଡା ବିଜୟୀ ହୋଇ ଚମ୍ପିଆନ ହୋଇ ଥିବା ବେଳେ ଲଖନପୁର ରନର୍ସଅଫ୍ ହୋଇଛି । ଆଜି ର ଉଦ୍ଯାପନୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟା ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ବରଗଡ ସଂସଦ ସୁରେଶ ପୂଜାରୀ , ୨ୟ ଓ.ଏସ.ଏ.ପି ର ଦୁର୍ଗପତି ଆଶିଷ ଦୁବେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ବିଜୟୀ ଚମ୍ପିଆନ ଓ ରନର୍ସ ଅଫ ଦଳ କୁ ଟ୍ରଫି ପ୍ରଦାନ କରି ଥିଲେ । ଦ୍ୱିତୀୟ ଓ.ଏସ.ଏ.ପିର ଉପ-ଦୁର୍ଗପତି ଲଛମନ ସିଂ , ଭବାନୀ ଶେଠ , ସହ-ଉପଦୁର୍ଗପତି ମାନଧାତା ସାଇ, ଜିଲ୍ଳା ଶିକ୍ଷା ଅଧିକାରୀ ପୁଷ୍ପାମିଞ , ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଘୁଟା , ଶିକ୍ଷାବିତ୍ ଟହଲୁ ସାହୁ ଓଡିଶା ହକି ଆସୋସିଏସନର ଉପ-ସଭାପତି ଜୀବନ ମହାନ୍ତି ମଚାଂଧିନ ଥିଲେ । ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦିପ୍ତ କୁମାର ସା ମଚଂ ପରିଚାଳନା କରି ଥିଲେ । ଜିଲ୍ଳାର ସ୍କୁଲ ମାନଙ୍କ ର ପ୍ରଧାନ ଶିକ୍ଷକ,ଶାରୀରିକ ଶିକ୍ଷା ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଳା ଶିକ୍ଷା ଅଧିକାରୀ ପୁଷ୍ପାମିଞ ଶେଷରେ ଧନ୍ୟବାଦ ପ୍ରଦାନ କରି ଥିଲେ । ଏହି ଖେଳ ଗୁଡିକୁ ସୁଶାନ୍ତ ପଟେଲ, ନିର୍ମଳ ସାହୁ ,ଅନନ୍ତ କାଲୋ, ପବିତ୍ର ପ୍ରଧାନ,ତାରଜନ ବିଶ୍ୱାଳ , ଅମିୟ ଷଣ୍ଡ ପ୍ରଭୃତି ପରିଚାଳନା କରି ଥିଲେ । ଜିଲ୍ଳା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ବରୁ ଧର ପୂଜାରୀ ମ୍ୟାଚ କମିଶନର ରହି ଥିଲେ ।
