ଗ୍ରାହକଙ୍କୁ ଦିୱାଲୀ ଗିଫ୍ଟ ! ଏସବିଆଇ ସେଭିଂ ଆକାଉଣ୍ଟର ସୁଧ ହାରରେ ବୃଦ୍ଧି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଏ) ଦ୍ୱାରା ରେପୋ ରେଟ୍ ବୃଦ୍ଧି ପରେ ବ୍ୟାଙ୍କଗୁଡିକ ମଧ୍ୟ ସୁଧ ହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି । ଲୋନ ଉପରେ ସୁଧ ହାର ବୃଦ୍ଧି ବ୍ୟତୀତ ବ୍ୟାଙ୍କ ଜମା ଉପରେ ସୁଧ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥି ସହିତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସେଭିଂ ଆକାଉଣ୍ଟ ଓ ଫିକ୍ସଡ ଡିପୋଜିଟ (ଏଫଡ଼ି) ଉପରେ ସୁଧ ହାର ବୃଦ୍ଧି କରିଛି ।
ବ୍ୟାଙ୍କ ଏଫଡି ଉପରେ ୨୦ ଆଧାର ପଏଣ୍ଟ ଓ ସଞ୍ଚୟ ଆକାଉଣ୍ଟରେ ୨୫ ଆଧାର ପଏଣ୍ଟ ପର୍ଯ୍ୟନ୍ତ ସୁଧ ହାର ବୃଦ୍ଧି କରିଛି । ୧୦ କୋଟିରୁ କମ୍ ସେଭିଂ ଆକାଉଣ୍ଟ ବାଲାନ୍ସ ଉପରେ ଏସବିଆଇ ନିଜ ସୁଧ ହାର ବାର୍ଷିକ ୨.୭୦ ପ୍ରତିଶତରୁ ସଂଶୋଧନ କରି ୨.୭୫ ପ୍ରତିଶତକୁ ସୁଧ ହାର କରିଛି । ବ୍ୟାଙ୍କ ୧୦ କୋଟିରୁ ଅଧିକ ଟଙ୍କା ସେଭିଂ ଆକାଉଣ୍ଟ ବାଲାନ୍ସ ଉପରେ ବାର୍ଷିକ ୨.୭୫ ପ୍ରତିଶତରୁ ୩.୦୦ ପ୍ରତିଶତକୁ କରିଛି ।
ଏସବିଆଇ ଭିଡିଓ କେଵେଶୀ କେୱାଇସି ସେଭିଂ ଆକାଉଣ୍ଟ, ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ, ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ ସ୍ମଲ ଆକାଉଣ୍ଟ, ସେଭିଂ ବ୍ୟାଙ୍କ ଆକାଉଣ୍ଟ, ନାବାଳିକାଙ୍କ ପାଇଁ ସେଭିଂ ଆକାଉଣ୍ଟ, ସେଭିଙ୍ଗ ପ୍ଲସ ଆକାଉଣ୍ଟ, ଇନଷ୍ଟା ପ୍ଲସ ଭିଡିଓ କେୱାଇସିସେଭିଂ ଆକାଉଣ୍ଟ, ଏସବିଆଇ ଭିଡିଓ କେୱାଇସି ସେଭିଂ ଆକାଉଣ୍ଟ, ଇନଷ୍ଟା ପ୍ଲସ ଭିଡିଓ କେୱାଇସି ସେଭିଂ ଆକାଉଣ୍ଟ ଗ୍ରାହକଙ୍କ ପାଇଁ ଅଫର କରିଥାଏ ।
ନିକଟରେ ଆରବିଆଇ ରେପୋ ହାରକୁ ୦.୫ ପ୍ରତିଶତ ବୃଦ୍ଧି କରି ୫.୯ ପ୍ରତିଶତ କରିଛି । ଏହା ଏହାର ୩ ବର୍ଷର ଉଚ୍ଚତର ଅଟେ । ଖୁଚୁରା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଏବଂ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ୱାରା ଆକ୍ରମଣାତ୍ମକ ହାର ବୃଦ୍ଧି ଦ୍ୱାରା ସୃଷ୍ଟି ହୋଇଥିବା ଚାପର ମୁକାବିଲା ପାଇଁ ଆରବିଆଇ ଏହି ପଦକ୍ଷେପ ନେଇଛି । ଏହାପୂର୍ବରୁ, ମେ’ ମାସରେ ୦.୪୦ ପ୍ରତିଶତ ବୃଦ୍ଧି ପରେ ଜୁନ୍ ଓ ଅଗଷ୍ଟରେ ୦.୫୦ ପ୍ରତିଶତ ଲେଖାଏଁ ବୃଦ୍ଧି ଘଟିଥିଲା । ମୋଟ ଉପରେ, ମେ’ ଠାରୁ ଆଜି ପର୍ଯ୍ୟନ୍ତ ଆରବିଆଇ ରେପୋ ହାରକୁ ୧.୯୦ ପ୍ରତିଶତ ବୃଦ୍ଧି କରିଛି ।
କହିରଖୁଛୁ ଯେ ନିକଟରେ ଆରବିଏଲ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ସିଏସବି ବ୍ୟାଙ୍କ ଲିମିଟେଡ୍, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, କାନାରା ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଇତ୍ୟାଦି ମଧ୍ୟ ସେମାନଙ୍କର ସ୍ଥିର ଜମାରେ ସୁଧ ହାର ବୃଦ୍ଧି କରିଛନ୍ତି । ଆରବିଆଇ ଦ୍ୱାରା ରେପୋ ରେଟ୍ ବୃଦ୍ଧି ପରେ ସୁଧହାର ବୃଦ୍ଧି କରିବାର ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।
