ଶୀତ ଦିନେ ଫଟା ଗୋଇଠିକୁ ନେଇ ଆପଣ ଚନ୍ତିତ କି? ଆପଣାନ୍ତୁ ଏହି ୫ଟି ଉପଚାର
ଆରମ୍ଭ ହେଲାଣି ଶୀତ । ଏହି ସମୟରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ। ସେଥିରେ ଓଠ ଫାଟିବା, ମୁହଁ ଫାଟିବା, ଗୋଇଠି ଫାଟିବା, ଶୁଷ୍କ ଚୁଟି ଭଳି ସମସ୍ୟା ମଧ୍ୟ ସାମିଲ ଅଛି। ତେବେ ଶୀତଦିନେ ଅଧିକାଂଶ ଭାରତୀୟଙ୍କ ଗୋଇଠି ଫାଟିଥାଏ। ଫଟା ଗୋଇଠି ଯେତିକି କଷ୍ଟ ଦେଇଥାଏ, ତାହାଠାରୁ ଅଧିକ ଲଜ୍ଜିତ ମଧ୍ୟ କରିଥାଏ। କାରଣ ଆପଣ ଫଟା ଗୋଇଠିରେ ଚପଲ ପିନ୍ଧି ବାହାରକୁ ଯାଇପାରିବେ ନାହିଁ। ପାର୍ଟି, ଉତ୍ସବରେ ଏହି ଫଟା ଗୋଇଠି ଆପଣଙ୍କ କନଫିଡେନ୍ସ ଲେବଲକୁ ହ୍ରାସ କରିଥାଏ।
ଚର୍ମ ଶୁଷ୍କ ହେଲେ ଗୋଇଠି ଫାଟିଥାଏ। ତେଣୁ ଚେହେରା ଭଳି ଗୋଇଠିର ବି ଯତ୍ନ ନେବା ଆବଶ୍ୟକ। ଫଟା ଗୋଇଠିକୁ ଠିକ କରିବା ପାଇଁ ବଜାରରେ ନାନା ପ୍ରକାରର କ୍ରିମ ମିଳୁଛି। ଏଗୁଡିକ ବ୍ୟୟବହୁଳ ହୋଇଥିବା ବେଳେ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ହାନୀକାରକ। କିନ୍ତୁ ଆପଣ ଘରୋଇ ଉପଚାର ମାଧ୍ୟମରେ ଫଟା ଗୋଇଠିରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଫଟା ଗୋଇଠି ଜନିତ ସମସ୍ୟାରୁ ମୁକ୍ତି ପାଇବାର ପାଞ୍ଚଟି ଘରୋଇ ଉପଚାର…
ମହୁ :
ମହୁ, ଚର୍ମର ଏକ moisturizing agent। ଏଥିରେ antibacterial ଓ antimicrobial ତତ୍ୱ ରହିଛି। ଗୋଟିଏ କପ ମହୁରେ କିଛି ଉଷୁମ ପାଣି ମିଶାଇ ସେଥିରେ କିଛି ସମୟ ଗୋଡ ବୁଡାଇ ରଖନ୍ତୁ। ପାଦ ବତୁରି ଗଲେ ଗୋଇଠିକୁ ଧୀରେ ଧିରେ ଘସନ୍ତୁ। ଚେଷ୍ଟା କରନ୍ତୁ, ଯେପରି ଆପଣଙ୍କ ଗୋଇଠିର ମୃତ କୋଷ ଗୁଡିକ ବାହାରିଯିବ।
ଆପଲ ସାଇଡର ଭିନେଗାର :
ଗୋଇଠି ଫଟାର ସର୍ବୋକୃଷ୍ଟ ଉପଚାର ହେଉଛି Apple Cider Vinegar। ଭାନେଗାର ଓ ଉଷୁମ ପାଣିକୁ ୧:୨ରେ ନେଇ ସେଥିରେ କିଛି ସମୟ ପାଦ ବୁଡାଇ ରଖନ୍ତୁ। ଏପରି କରିବା ଦ୍ୱାରା ପାଦର ମୃତ କୋଷିକା ଗୁଡିକ ବାହାରି ଯାଏ।
ନଡିଆ ତେଲ :
ପାଦରେ ନଡିଆ ତେଲ ମାଲିସ କରିବା ଏକ ଭଲ ଅଭ୍ୟାସ। ନିୟମିତ ଭାବେ ପାଦରେ ନଡିଆ ତେଲ ଲଗାଇଲେ ପାଦ ଫାଟେ ନାହିଁ। ଏହା ଚର୍ମକୁ ସଫ୍ଟ ରଖେ।
ଗୋଇଠିକୁ ଘଷନ୍ତୁ :
ପାଦକୁ କିଛି ସମୟ ଉଷୁମ ପାଣିରେ ବୁଡାଇ ରଖନ୍ତୁ। ପାଦ ନରମ ହୋଇ ଆସିଲେ, ଲୁଫା, କିମ୍ବା ପାଦଘସା ପଥର ସାହାଯ୍ୟରେ ଗୋଇଠିକୁ ହାଲକା ହାଲକା ଘଷନ୍ତୁ। ଚେଷ୍ଟା କରନ୍ତୁ ଯେ, ଆପଣଙ୍କ ଗୋଇଠିରେ ଥିବା ମୃତ କୋଷିକା, ମୋଟା ଚର୍ମ ଯେମିତି ବାହାରି ଯିବ। ଏହାପରେ ପାଦରେ ଭେସଲିନ କିମ୍ବା ମଶ୍ଚରାଇଜର ଲଗାନ୍ତୁ।
ମଶ୍ଚରାଇଜିଂ :
ଦିନକୁ ଅନ୍ୟୁନ ଦୁଇଥର ପାଦରେ ବଟର, ଭେସଲିନ କିମ୍ବା ଅନ୍ୟ କୌଣସି ସ୍କିନ କ୍ରିମ୍ ଲଗାନ୍ତୁ। ଏହା ଆପଣଙ୍କ ପାଦରୁ ସଫ୍ଟ କରି, ତା ସହ ଚର୍ମକୁ ଶୁଷ୍କତାରୁ ରକ୍ଷା କରିବ। ଆଉ ପାଦ ସଫ୍ଟ ରହିଲେ ପାଦ ଫାଟେ ନାହିଁ।
