ବରଣ୍ଡି ନଦୀରେ ନୌକା ଓଲଟି ୭ ଲୋକଙ୍କ ମୃତ୍ୟୁ
କଟିହାର : କଟିହାର ଜିଲାର ବରାରୀ ପ୍ରଖଣ୍ଡ ଅନ୍ତର୍ଗତ ପଶ୍ଚିମ ବରିନଗର ପଂଚାୟତ ଦେଇ ଯାଇଥିବା ବରଣ୍ଡି ନଦୀରେ ଡଙ୍ଗା ବୁଡ଼ିଯିବା ଫଳରେ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ନଦୀର ଅପର ପାଶ୍ୱର୍ରେ ଧାନ ଫସଲ କାଟିବା ପରେ ଘରକୁ ଫେରିବା ସମ୍ରରେ, ଅଧିକ ଭାରସାମ୍ୟ ହରାଇ ଡଙ୍ଗାଟି ନଦୀ ମଝିରେ ଓଲଟି ପଡ଼ିଥିଲା ।
ମୃତକମାନେ ହେଲେ ଆଲମ (୬), ପିତା ଓଫତେଖାର ଆଲମ, କୁନ୍ତି ଦେବୀ (୪୨), ପତି ମହେଶ ପାସୱାନ, ରୁବୀ କୁମାରୀ (୧୯), ପିତା – ଦିନେଶ ପାଶୱାନ, ବବିତା କୁମାରୀ (୧୯), ପିତା – ଜଗଦୀଶ ପାଶୱାନ, ଦୁଖନ ପାଶୱାନ (୫୧), ପିତା – ରାମୋତାର ପାସୱାନ, ରୁଚି କୁମାରୀ (୧୬), ପିତା – ଦୁଖନ ପାସୱାନ ତଥା ବିକାସ କୁମାର (୧୪) ପିତା – ମହେଶ ପାସୱାନା ସମସ୍ତ ମୃତକ ମାନେ ହେଲେ ପଶ୍ଚିମ ବରିନଗର ପଂଚାୟତର କାଦରଟୋଲା ଗ୍ରାମର ।
