ଏମାରର୍ଜିଂ କପ କ୍ରିକେଟରେ ରାଉଲକେଲାର ଜିମିଖାନା ଚମ୍ପିଆନ
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଫ୍ରନ୍ଟଫୁଟ କ୍ରିକେଟ ଏକାଡେମୀ ତରଫରୁ ୧୯ବର୍ଷ କମ ବୟସ ବାଳକ ବର୍ଗ ଙ୍କ ଏମାରର୍ଜିଂ କପ୍ କ୍ରିକେଟ ବି.ଟି.ଏମ ପଡିଆ ରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ରାଉଲକେଲାର ଜିମିଖାନା କ୍ରିକେଟ କ୍ଳବ ଚମ୍ଫିଆନ ହୋଇଛି ।
ରାଉଲକେଲାର ୟୁଥ କ୍ରିକେଟ କ୍ଳବ (ଓ୍ୟାଇ.ସି.ସି) ଓ ରାଉଲକେଲାର ଜିମଖାନା କ୍ରିକେଟ କ୍ଳବ ମଧ୍ୟ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା । ରାଉଲକେଲାର ଜିମଖାନା କ୍ରିକେଟ କ୍ଳବ ଟସ୍ ଜିତି ବ୍ୟାଟିଙ୍ଗ ନେଇ ୩୩.୩ ଓଭର ରେ ସମସ୍ତ ଉଇକେଟ ହରାଇ ୧୫୭ ରନ କରି ଥିଲା । କିନ୍ତୁ ରାଉଲକେଲାର ୟୁଥ କ୍ରିକେଟ କ୍ଳବ ସମସ୍ତ ଉଇକେଟ ହରାଇ ୩୨.୫ ଓଭରରେ ମାତ୍ର ୧୩୧ ରନ କରି ଥିଲା । ଯାହା ଫଳରେ ରାଉଲକେଲାର ଜିମିଖାନା କ୍ରିକେଟ କ୍ଳବ ୨୬ ରେ ବିଜୟୀ ହୋଇ ଲାଭ କର ିଚମ୍ପିଆନ ହୋଇଛି ।
ଆଜି ୭ ମ ତଥା ଶେଷ ଦିବସରେ ଝାରସୁଗୁଡା ପୌରପରିଷଦ ର ଚେୟାରମ୍ୟାନ ଶ୍ରୀମତୀ ରାନୀ ହାତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ । ଫ୍ରନ୍ଟଫୁଟ କ୍ରିକେଟ ଏକାଡେମୀ ତରଫରୁ ଗୋପାଳ ଦର୍ତ ଦ୍ୱାରା ଉପଢୌକନ ଦେଇ ସମ୍ମାନୀତ କରା ଯାଇ ଥିଲା । ଅନ୍ୟ ସମ୍ମାନୀୟ ଅତିଥି ଭାବରେ ଝାରସୁଗୁଡା ଜିଲ୍ଳା କ୍ରୀଡା ସଂଘ ର ସଂପାଦକ ତାପସ ରାୟ ଚଉଧୁରୀ ଓଡିଶା ହକି ଆସୋସିଏସନର ଉପ-ସଭାପତି ଜୀବନ ମହାନ୍ତି , ଝାରସୁଗୁଡା ଜିଲ୍ଳା କ୍ରୀଡା ସଂଘ ର ସଭ୍ୟ ବିଜୟ ବେହେରା, ଓଡିଶା କ୍ରିକେଟ ଆସୋସିଏସନର ସହ-ସଂପାଦକ ମେହେତାପ ଖାଁନ, ତାଇକୁଣ୍ଡ ଆସୋସିଏସନର ସୁନ୍ଦରମଣି ପଟେଲ , ପ୍ରତାପନନ୍ଦ, ବିନୟ ପ୍ରସାଦ, ସାଜିଦ୍ ହୋସେନ ପ୍ରଭୃତି ଖେଳାଳି ମାନଙ୍କୁ ଉଦ୍ବୋଧନ ଦେଇ ଥିଲେ ।
ଏହି ପ୍ରତିଯୋଗିତା ରେ ୟୁଥ କ୍ରିକେଟ କ୍ଳବ ର ସୁଜଳ କୁମାର ସିଂ ବୋଲିିଂ ଓ ବ୍ୟାଟିଙ୍ଗ ରେ ସର୍ବଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ ହୋଇ ଥିଲେ । ରନର୍ସ ଅପ୍ ଦଳକୁ ଟ୍ରଫିସହ ୪ ହଜାର ଓ ଚମ୍ଫିଆନ ଦଳକୁ ଟ୍ରଫିସହ ୬ ହଜାର ଟଙ୍କା ଓ ଖେଳାଳି ବୋଲର ସୁମିତ କୁମାର , ଫିଲଟର ଅରନଭ ମହାମେରୀ ବ୍ୟାଟସମ୍ୟାନ ସୁଜଳ କୁମାର ସିଂ ଉଇକେଟ୍ କିପର ବିଷ୍ଟୁ ବେରିଆ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରା ଯାଇ ଥିଲା ।ଝାରସୁଗୁଡା କ୍ରିକେଟ ି ଆସୋସିଏସନର ସଭାପତି ପ୍ରଜ୍ଜଳ ପଟେଲ ମଚଂ ପରିଚାଳନା କରି ଥିଲେ । ଏହି ଖେଳ ଗୁଡିକରେ ରେ ଆମ୍ପାୟର ଭାବରେ ଅନିରୁଦ୍ଦ କେଓ୍ୟାଟ ଓ ବିଭୂତି କୁମାର ପାତ୍ର ରହି ଥିବା ବେଳେ ଅନ ଲାଇନ ସ୍କୋର ଭାବରେ କୁମାରୀ ନିଷ୍ଠା ଦର୍ତ ରହି ଥିଲେ ।
