ଗାଡିରେ ପ୍ରେସ୍ ଲେଖି ଲୋକଙ୍କୁ ଧମକ: ୩ ଅଟକ
କଟକ : ଏକ ବୋଲେରୋର ସମ୍ମୁଖରେ କାଗଜରେ ପ୍ରେସ ଲେଖି ଖୋର୍ଦ୍ଧାରୁ ଆସୁଥିବା ତିନିଜଣ ସଦର ଥାନା ଅନ୍ତର୍ଗତ କାଜିପାଟଣାଠାରେ ଏକ ଗାଡିକୁ ସାଇଡ୍ ମାରି ହରଡଘଣାରେ ପଡିଛନ୍ତି । ଏହି ବୋଲେରୋଟି କାଜିପାଟଣା ଠାରେ ଅନ୍ୟ ଏକ ଗାଡିକୁ ସାଇଡ ମାରିଥିଲା । ସ୍ଥାନୀୟ ଲୋକେ ଗାଡିକୁ ଅଟକାଇବାରୁ ଗାଡିରେ ଥିବା ତିନି ଜଣ ଆମେ ପ୍ରେସ ସାମ୍ବାଦିକ ଆମର ତମେ କଣ କରିବ ବୋଲି ଧମକ ଚମକ ଦେଇଥିଲେ । ତେବେ ଲୋକେ ସେମାନଙ୍କୁ ଧରି ସଦର ଥାନାରେ ଖବର ଦେବାରୁ ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଥିବା ଜଣାପଡିଛି । ତେବେ ସେମାନେ କେଉଁ ମିଡିଆର କୈାଣସି ସଠିକ ପରିଚୟ ପତ୍ର ଦେଖାଇପାରିନଥିବା ଜଣାପଡିଛି ।
