ଜନ ସଂପର୍କ ପଦଯାତ୍ରାର ୪ର୍ଥ ପର୍ଯ୍ୟାୟ-ନିଯୁକ୍ତିରେ ମହିଳାଙ୍କୁ ୫୦ ଭାଗ ଓ ନିର୍ବାଚନରେ ୩୩ଭାଗ ସଂରକ୍ଷଣରେ ଓଡିଶା ପ୍ରଥମ : ଅଶ୍ୱିନୀ
ଜଳେଶ୍ୱର : ଆଜି ଜଳେଶ୍ୱର ବ୍ଲକର ଜନ ସଂପର୍କ ପଦଯାତ୍ରାର ୪ର୍ଥ ପର୍ଯ୍ୟାୟ ଥିବାରୁ ଆରୁହା ପଂଚାୟତର ମନ୍ଦିର ଠାରୁ ନିମପୁର ପର୍ଯ୍ୟନ୍ତ ବିଜେଡିର କର୍ମୀମାନେ ଶୋଭାଯାତ୍ରାରେ ଯାଇ ଜନସଚେତନତା କାର୍ଯ୍ୟରେ ଭାଗ ନେଇଥିଲେ । ଜ୍ଞାନବିକାଶ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ସଭାରେ ଲେଲିନ୍ କୁମାର ପ୍ରଧାନ ସଭାପତିତ୍ୱ କରି ସୂଚନା ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟବକ୍ତାଭାବେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ୭୭ବର୍ଷପୁର୍ତ୍ତି ଅବସରରେ କେକ୍କାଟି ଆନନ୍ଦ ମନାଇଥିଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ୫ମ ପାଳି ମଧ୍ୟରେ ସେ ନିଯୁକ୍ତିରେ ମହିଳାଙ୍କୁ ୫୦ଭାଗ ଓ ନିର୍ବାଚନରେ ୩୩ଭାଗ ସଂରକ୍ଷଣ କରି ଦେଶରେ ଏକ ରେକଡ ସୃଷ୍ଟି କରିଛନ୍ତି । ଏହି ସଂରକ୍ଷଣ ବ୍ୟବସ୍ଥା ଲାଗି ସେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏପରିକି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସେ କହିଥିଲେ । ରାଜ୍ୟରେ ପୁଞ୍ଜି ଲଗାଣ ଲାଗି ବହୁ ଶିଳ୍ପପତିଙ୍କ ସହ ସାକ୍ଷାତ ଆଲୋଚନା କରୁଥିବା ବେଳେ ରାଜ୍ୟରେ କ୍ରିଡାର ଅଗ୍ରଗତି ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କହିଥିଲେ । ପୁଣି ସମ୍ବିଧାନରେ ଅହିଂସା ଶବ୍ଦର ପ୍ରୟୋଗ ନ ଥିବା ବେଳେ ଏହା ବ୍ୟବହାର ଲାଗି ସେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ନିବେଦନ କରିବା ସଂପର୍କରେ ମଧ୍ୟ କହିଥିଲେ । ମୁଖ୍ୟମନ୍ତ୍ରୀ ଆଦର୍ଶ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବା ବେଳେ ପ୍ରମିଳା ବିଶୋଇଭଳି ମହିଳାଙ୍କୁ ସଂସଦରେ ସ୍ଥାନଦେବା ତାଙ୍କ ଅନ୍ୟଏକ ବ୍ୟକ୍ତିର ପରିଚୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ମାନସ ଜେନା, ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲିପ କୁମାର ସାମଲ, ୭ନଂ ଜୋନ୍ ଜିଲାପରିଷଦ ସଦସ୍ୟା ତୁଳସୀ କିସ୍କୁ, ବ୍ଲକ ଉପାଧ୍ୟକ୍ଷା ସଂଜିତା ସେନାପତି, ବ୍ରିଜେସ୍ ରଣା, ଡା. ପ୍ରଦ୍ମଲାଭ ପ୍ରଧାନ, ଆରତୀ ଦାସ, ପୂର୍ବତନ ସରପଂଚ ହରିଶ ଭୂୟାଁ, ତରଣୀ ଭୂୟାଁ ପ୍ରମୁଖଙ୍କ ନେତୃତ୍ୱରେ ବହୁଲୋକ ପଦଯାତ୍ରାରେ ଭାଗ ନେଇଥିଲେ ।
