ପୁଣି ଅସୁସ୍ଥ ହେଲେ କମଳା ପୂଜାରୀ, ଡାକ୍ତରଖାନାରେ ଭର୍ତ୍ତି
ଭୁବନେଶ୍ୱର : ପୁଣିଥରେ ଅସୁସ୍ଥ ହେଲେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ । ତାଙ୍କୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଡାକ୍ତରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ସେ ବିପଦମୁକ୍ତ ଅଛନ୍ତି । ତେବେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକଟସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ଚାଲିଛି ।
ସୂଚନା ଯେ, ଗତ ଅଗଷ୍ଟ ୨୦ତାରିଖରେ ସେ ଜ୍ୱର ଓ ଝାଡ଼ାରେ ପୀଡ଼ିତ ହୋଇ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ତାଙ୍କୁ ଅଗଷ୍ଟ ୨୪ରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ତାଙ୍କୁ ଘରକୁ ପଠାଯାଇଥିଲା ।
