କାଲାମଙ୍କ ଜୟନ୍ତୀରେ ବିଜ୍ଞାନ ମେଳା
ପୁରୀ : ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼ଃ ଏ.ପି.ଜେ ଅବଦୁଲ କଲାମଙ୍କ ଜୟନ୍ତୀ ତଥା ବିଶ୍ୱ ବିଦ୍ୟାର୍ଥୀ ଦିବସ ଅବସରରେ ଅଠରନଳା ସ୍ଥିତ ଭଗବତୀ ବିଦ୍ୟା ନିକେତନ ପକ୍ଷରୁ ବାର୍ଷିକ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାର୍ଥୀମାନଙ୍କ ଦ୍ୱାର ୧୨୨ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ଦାଶ ଏହି ମେଳାକଚ ଉଦଘାଟନ କରିଥିଲେ । ବିଦ୍ୟାଳୟର ସଭାପତି ପ୍ରାଣକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଆଞ୍ଛଳିକ ସାଧନକେନ୍ଦ୍ର ସଂଯୋଜିକା ଅନିତା ମିଶ୍ର,ପ୍ରଧାନ ଶିକ୍ଷୟତ୍ରୀ କ୍ରିଷ୍ଣା କୁାମରୀ ଦେଇ, ଉପସଭାପତି କୈଳାସ ରାୟ, ସଂପାଦକ ମହେନ୍ଦ୍ର ବିଶୋଇ, ସହ ସଂପାଦକ ଲକ୍ଷ୍ମୀଧର ମାଝି ପ୍ରମୁଖ ବିଜ୍ଞାନ ମେଳାର ମହତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବର୍ଷାଜଳ ସଂରକ୍ଷଣ, ସୌରଶକ୍ତି ଓ ପବନ ଶକ୍ତି ଉପଯୋଗିତା, ବାୟୁ ପ୍ରଦୂଷଣ ଓ ତାର ନିରାକରଣ, ସ୍ୱଂୟଚାଳିତ ରେଳ ଫାଟକ ଆଦି ସଂପର୍କରେ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ଶିକ୍ଷକ ଦିବାକର ଦଳାଇ, ଜ୍ୟୋତିପ୍ରକାଶ ମହାରଣା, ମିହିର ମାନସିଂହ, ଦିପ୍ତି ମିଶ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ଶିଶୁ ସାହିତ୍ୟକ ରମେଶଚନ୍ଦ୍ର ଦାସ, ତନୁଜା ମହାପାତ୍ର, ରତ୍ନମଣୀ ଦଳେଇ, ମମତା ଦାସ, ପିତବାସ ସ୍ୱାଇଁ, ପ୍ରୀତିପୁଷ୍ପିତା ପାଣି, ଜଳନ୍ଧର ବିଶୋଇ ପ୍ରମୁଖ ସହଯୋଗ କରିଥିଲେ ।
