ଜୁଝାରୀ ଆଗ୍ରୋ ପ୍ରଡକ୍ଟ ପ୍ରଡ୍ୟୁସର କମ୍ପାନୀ ଲି ର ଦ୍ଵିତୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ।
ବୋରିଗୁମ୍ମା : ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ କାମରା ମେଗା ପ୍ରୋଜେକ୍ଟ ପରିସରରେ ଜୁଝାରୀ ଆଗ୍ରୋ ପ୍ରଡକ୍ଟସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ର ଦ୍ଵିତୀୟ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବୋରିଗୁମ୍ମା ଜୀବିକା ମିଶନ ର ବିପିଏମ୍ ଵିଶାଲ ସମୀର ଦୁଖୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ସଂଯୋଜକ ଦେବେନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ।ବ୍ଳକ ସଂଯୋଜକ ଦେବେନ୍ଦ୍ର ପଣ୍ଡା କହିଥିଲେ ଯେ ବୋରିଗୁମ୍ମା ବ୍ଳକ ରେ ୧୫ ଗୋଟି ପ୍ରଡ୍ୟୁସର ଗ୍ରୁପ ରହିଛନ୍ତି।ସେହି ମାନଙ୍କୁ ନେଇ ଜୁଝାରୀ ଆଗ୍ରୋ ପ୍ରଡକ୍ଟସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ଗଠନ କରାଯାଇଛି।ଏହି କମ୍ପାନୀ ସହଯୋଗ ରେ ମହିଳା ମାନେ ନିଜ ଗ୍ରାମରେ ଉତ୍ପାଦିତ ଦ୍ରବ୍ଯ କୁ ବଜାର ରେ ବିକ୍ରି କରିବା ସହ ଦୁଇ ଟଙ୍କା ଲାଭ କରିପାରୁଛନ୍ତି।ପ୍ରଥମ ବର୍ଷ କମ୍ପାନୀ କଳା ଜିରା ଚାଉଳ, ମାଣ୍ଡିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ତେନ୍ତୁଳି ପ୍ରାୟ ତିନି ଲକ୍ଷ ଟଙ୍କା ର ବିକ୍ରି କରି ସେଥି ମଧ୍ୟରେ ୪୫ ହଜାର ଟଙ୍କା କମ୍ପାନୀ ଲାଭ କରିଛନ୍ତି।ଦ୍ଵିତୀୟ ବର୍ଷ କମ୍ପାନୀ ପ୍ରାୟ ୧୨ ଲକ୍ଷ ଟଙ୍କା ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି।ବୈଠକରେ ଓରମାସ ସିଇଓ ସୁବାସିତ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବି.ରାଜେଶ ସହଯୋଗ କରିଥିଲେ।କମ୍ପାନୀ ର ତିନି ନିର୍ଦେଶୀକା ପ୍ରେମା ଯାନୀ,ସୁମିତ୍ରା ଯାନୀ ଓ କ୍ଷେତ୍ରମଣି ପାଇକ ମଞ୍ଚାସୀନ ଥିଲେ।ଆଜିର କମ୍ପାନୀ ର ଦ୍ଵିତୀୟ ବାର୍ଷିକ ସାଧାରଣ ବୈଠକରେ ବ୍ଳକ ର କାମରା,ଜୁଝାରୀ,ମାଲଦା, ଗୁମୁଡ଼ା, କାମତା, ବଡ ଦୁବୁଲି ଓ କଦଳିଗୁଡା ଗ୍ରାମର ୧୦ ରୁ ଉର୍ଦ୍ଧ୍ବ ପ୍ରଡ୍ୟୁସର ଗ୍ରୁପ ର ମହିଳା ମାନେ ଉପସ୍ଥିତ ଥିଲେ।
