କୁମାର ଉତ୍ସବରେ ଶିକ୍ଷକ ସୋମନାଥ ସିଂହ ସମ୍ବର୍ଦ୍ଧିତ
ବାରିପଦା : ଦେଉଳସାହି କୁମାର ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଶେଷ ସନ୍ଧ୍ୟାରେ ଶିକ୍ଷକ ସୋମନାଥ ସିଂହଙ୍କୁ ଜଣେ ସମାଜସେବୀ ଓ ଲୋକପ୍ରିୟ ମଂଚ ପରିଚାଳକ ଭାବେ ସମ୍ବର୍ଦ୍ଧିତ କରାଯାଇଛି ଓ ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ଓ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ କମିଟିର ଅଧ୍ୟକ୍ଷ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି ସମ୍ବର୍ଦ୍ଧନା ପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଛନ୍ତି ଓ ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ହରପ୍ରସାଦ ପାତ୍ର, ସାଧାରଣ ସମ୍ପାଦକ ଶିବୁ ରଣା, ସିନେ ଅଭିନେତା ଅସିତ ପତି ଓ ମୁଖ୍ୟ ସଂଯୋଜକ କାର୍ତିକେଶ୍ୱର ରଣା ପ୍ରମୁଖ ଉପସ୍ଥିତ ଥିଲେ ଓ ଏଥି ପୂର୍ବରୁ ଜଣେ ଦକ୍ଷ ମଂଚ ପରିଚାଳକ ଏବଂ ସମାଜସେବୀ ଭାବେ ବହୁବାର ଜିଲ୍ଲା ପ୍ରଶାସନ ଓ ବହୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ଓ ପ୍ରଧାନ ଶିକ୍ଷକ ଭାବେ ପୂର୍ଣ୍ଣିଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ିତୋଳି ବେଶ ପ୍ରଶଂସିତ ହୋଇଛନ୍ତି ଓ
