ବିଜେଡି ପକ୍ଷରୁ ଏପିଜେ ଅବଦୁଲ କାଲାମଙ୍କର ଜୟନ୍ତୀ ପାଳିତ
ବାଲେଶ୍ୱର : ବାଲେଶ୍ୱର ସହରର ଷ୍ଟେସନ ଛକରେ ଥିବା ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଜୁ ଜନତା ଦଳ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭାରତର ଭୂତପୂର୍ବ ରାଷ୍ଟ୍ରପତି ଭାରତ ରତ୍ନ ଡ. ଏପିଜେ ଅବଦୁଲ କାଲାମଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. କାଲାମଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ମିଜାଇଲମ୍ୟାନଙ୍କର ବାଲେଶ୍ୱର ସହିତ ଥିବା ସ୍ମୃତିକୁ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଉପ-ନଗରପାଳ ମନୋଜ ରାଉତ, କାଉନସିଲର ମୀନା ମହାନ୍ତି, ଶୋଭା ମହାପାତ୍ର, କାର୍ତ୍ତିକ ସାହୁ, ସବିତାରାଣୀ ଦାସ, ସେକ୍ ଆୟୁବ, ପୂର୍ବତନ କାଉନସିଲର ସାକିର ଖାନ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ବିଜେଡି ଜିଲା ଏସି ସେଲ ସଭାପତି ଶତ୍ରୁଘ୍ନ ମଲ୍ଲିକ, ଜୋନାଲ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ଧିରେନ ନାୟକ, ସଦର ବିଜେଡି ଯୁବ ସଭାପତି ସେକ ଅନସର, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି ପ୍ରମୁଖ ଉପସ୍ଥିତ ଥିଲେ ।
