ବିବାଦରେ ଛଟେଇ ଶିକ୍ଷକଙ୍କ ଅନଶନ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ପଳସା ପଞ୍ଚାୟତ ଅଧୀନ ପଳସା ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ତରଫରୁ କିଛି ଶିକ୍ଷକଙ୍କୁ ଛଟେଇ କରାଯିବାର ଅନ୍ୟୁନ ୫ବର୍ଷ ପରେ ହଠାତ ଏହାକୁ ବେଆଇନ ଦର୍ଶାଇସଂପୃକ୍ତ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଦ୍ୟାଳୟ ସମ୍ମୁଖରେ ଅନଶନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଧାରଣାର ଦ୍ୱିତିୟ ଦିବସ ଶୁକ୍ରବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ପ୍ରସାଦ ପାଢୀ ସେମାନଙ୍କ ସହ ଆଲୋଚନା କରିଥିଲେ ହେଁ ଆଲୋଚନା ଫଳପ୍ରଦ ହୋଇନାହିଁ । ଏହାକୁ ନେଇ ବିବାଦ ବଢିବାରେ ଲାଗିଛି । ଶିକ୍ଷକ ମାନେ କରିଥିବା ଅଭିଯୋଗରେ ପରିଚାଳନା କମିଟିର ସମ୍ପାଦିକା ଁ କିଛି ବେକାର ଶିଖିତ ଯୁବକଙ୍କୁ ବିଦ୍ୟାଳୟରେ ବହୁଦିନ ଖଟାଇବା ପରେ ନିଜର ସମ୍ପର୍କୀୟଙ୍କୁ ସେହି ପଦବୀରେ ରଖିବା ପାଇଁ ସେମାନଙ୍କୁ ବାହାର କରିଦେଇଛନ୍ତି । ଯାହା ବେଆଇନ ବୋଲି ଅନଶନରେ ବସିଥିବା ଶେଷଦେବ ବଳବନ୍ତରାୟ,ଲକ୍ଷ୍ମୀକାନ୍ତ ଦାଶ,ପ୍ରଭାକର ପାଣି,ନୃସିଂହ ସେନାପତି,ପ୍ରମୋଦ କୁମାର ପ୍ରଧାନ ଦର୍ଶାଇଛନ୍ତି । ଏ ସମ୍ପର୍କରେ କମିଟି ସମ୍ପାଦିକା ମୌନାବତୀ ପଣ୍ଡାଙ୍କୁ ଯୋଗାଯୋଗ କରିବାରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଶିକ୍ଷକ ମାନେ କାମଚଳା ପାଇଁ ରଖାଯାଇଥିଲା । ପୁର୍ବରୁ ରହିଥିବା ଶିକ୍ଷକ ଯଥା ସମୟରେ ପହଞ୍ଚିବା ପରେ ସାମୟିକ ଭାବେ କାର୍ଯ୍ୟରତ ଶିକ୍ଷକଙ୍କୁ ନିତିନିୟମ ମଧ୍ୟରେ ଅପସାରଣ କରଯାଇଥିଲା ବୋଲି କହିଛନ୍ତି । ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପଚାରିବାରେ ଛଟେଇ ହେବା ପରେ ପରେ ସେମାନେ ପ୍ରତିବାଦ କରିବା ବଦଳରେ ୫ବର୍ଷ ପରେ ଧାରଣା ଦେଉଛନ୍ତି । ଏହା ପୁର୍ବରୁ ଶିକ୍ଷାବିଭାଗରେ ଲିଖିତ ଅଭିଯୋଗ ଅନୁଯାୟୀ ତଦନ୍ତ ହୋଇ ସାରିଛି । ବର୍ତ୍ତମାନ ଏହା ସରକାରୀ ହୋଇ ନଥିବାରୁ କାହାକୁ ରଖିବା ଏବଂ କାଢିବା ପରିଚାଳନା କମିଟିର ସମ୍ପୁର୍ଣ୍ଣ ଅଧିକାର ହୋଇଥିବାରୁ ଏଭଳି ଅନଶନ ର କୌଣସୀ ଯଥାର୍ଥତା ନାହିଁ ବୋଲି ବୋଲି ସେ କହିଛନ୍ତି ।
