ପରଲୋକରେ ଭେଟେରାନ ଅଭିନେତା ଆଞ୍ଜେଲା ଲାନ୍ସବରୀ
ନୂଆଦିଲ୍ଲୀ : ହଲିଉଡ ଭେଟେରାନ ଅଭିନେତା ଆଞ୍ଜେଲା ଲାନ୍ସବରୀଙ୍କ ପରଲୋକ । ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଏନେଇ କଳାଜଗତରେ ଶୋକର ଛାୟା ଖେଳି ଯାଇଛି। ‘ମର୍ଡର ସି ରୋଟ୍’ ରେ ଲେଖକ ଭାବରେ ସେ ଖୁବ ଲୋକପ୍ରିୟତା ଲାଭ କରିଥିଲେ। ଆମେରିକାର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ତାଙ୍କ ପୁଅ ଡେମ ଆଞ୍ଜେଲା ଲାନ୍ସବରୀ ପ୍ରଶଂସକଙ୍କୁ ଏକ ବିବୃତ୍ତିରେ ତାଙ୍କ ମାଆ ଆଞ୍ଜେଲାଙ୍କ ମୃତ୍ୟୁ ଖବର ଦେଇଛନ୍ତି । ଏବଂ ଲସ୍ ଏଞ୍ଜେଲସରେ ତାଙ୍କ ଘରେ ଶୋଇଥିବା ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି ।
ବ୍ରିଟିଶରେ ଜନ୍ମିତ ଆଞ୍ଜେଲା ଗତ ୬୦ ବର୍ଷ ଧରି ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଏକ ଅଂଶ ଥିଲେ ଏବଂ ଟେଲିଭିଜନରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ଆଞ୍ଜେଲାଙ୍କ ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ମଧ୍ୟ ତିଆରି କରି ସାରିଛନ୍ତି। ସେ ୫ଟି ଟନି ପୁରସ୍କାର ଜିତିଛନ୍ତି । ସେ ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ମଧ୍ୟ ଏକ ବଡ଼ ସଫଳତା ହାସଲ କରିଥିଲେ । ଟିଭି ଏବଂ ମଞ୍ଚରେ ତାଙ୍କର ଉତ୍କୃଷ୍ଟ ଅଭିନୟ ପାଇଁ ଅଭିନେତ୍ରୀ ପାଞ୍ଚଥର ଟନି ପୁରସ୍କାର ମଧ୍ୟ ପାଇଛନ୍ତି । ପରିବାର ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଅଭିନେତ୍ରୀଙ୍କ ତିନି ସନ୍ତାନ ଆନ୍ଥୋନି, ଡିଏଡ୍ରେ ଏବଂ ଡେଭିଡଙ୍କ ବ୍ୟତୀତ ତାଙ୍କର ତିନି ନାତି ପିଟର, କ୍ୟାଥରିନ୍ ଏବଂ ଇଆନ୍ ଅଛନ୍ତି । ଏହାବ୍ୟତୀତ,ଆଞ୍ଜେଲାଙ୍କର ତିନି ନାତି ନାତୁଣୀ ଅଛନ୍ତି ଏବଂ ନିର୍ମାତା ଏଡଗର ଲାନ୍ସବରୀ ତାଙ୍କ ଭାଇ । ତାଙ୍କର ଚମତ୍କାର ଅଭିନୟ ପାଇଁ ଆଞ୍ଜେଲାଙ୍କୁ କେବଳ ଟନି ପୁରସ୍କାରରେ ସମ୍ମାନିତ କରାଯାଇ ନଥିଲା, ବରଂ ୨୦୦୯ରେ ତାଙ୍କୁ ‘ବ୍ଲିଥ୍ ସ୍ପିରିଟ୍’ରେ ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ କରାଯାଇଥିଲା। ଆଞ୍ଜେଲା ଲାନ୍ସବରୀଙ୍କ ଅନ୍ତିମ ସଂସ୍କାର ସ୍ୱାମୀ ପିଟର ଶଙ୍କ ଦ୍ୱାରା କରାଯିବ । ଏହା ପରେ ପରିବାର ଏବଂ ଘନିଷ୍ଠ ବ୍ୟକ୍ତିଙ୍କ ପାଇଁ ଏକ ବ୍ୟକ୍ତିଗତ ଏବଂ ପାରିବାରିକ ସମାରୋହ କରାଯିବ। ଯେଉଁଠାରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
ସେ ଫିଲ୍ମ ଗ୍ୟାସ ଲାଇଟ୍ ରେ ଦମଦାର ଅଭିନୟ କରିଥିଲେ । ଯେଉଁଥି ପାଇଁ ତାଙ୍କୁ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୧୯୪୫ ମସିହାରେ ଦ ପିକ୍ଚର ଅଫ୍ ଡୋରିଆନ୍ ଗ୍ରେ, ଦ ମଞ୍ଚୁରିଆନ୍ କ୍ୟାଣ୍ତେଟ ଭଳି ମୁଭିରେ ଦମଦାର ଅଭିନୟ ସେ କରିଥିଲେ। ଯାହା ତାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ । ନିଜର ଚମକ୍କାର ଅଭିନୟ ପାଇଁ ସେ ଲାଇଫଟାଇମ୍ ଆଚିଭମେଣ୍ଟ ମଧ୍ୟ ପାଇଛନ୍ତି । ନାଟକ, ସ୍ବେଚ୍ଛାସେବୀ କାର୍ଯ୍ୟ ପାଇଁ ତାଙ୍କୁ ୨୦୧୪ରେ ଏକ ସମ୍ମାନ ମଧ୍ୟ ପ୍ରଦାନ ମଧ୍ୟ କରାଯାଇଥିଲା।
