ପୁଣି ଋଷର ମିସାଇଲ ଆକ୍ରମଣ, ୭ ମୃତ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ପୁଣିଥରେ ଘମାଘଟ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଋଷ ସେନା ଆଜି ୟୁକ୍ରେନର ଅବଦିବକାରେ ପୁଣିଥରେ ମିସାଇଲ ଆକ୍ରମଣ କରିଛି । ଫଳରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି । ମିସାଇଲ ସେଣ୍ଟ୍ରାଲ ମାର୍କେଟରେ ପଡ଼ିବା ସମୟରେ ସେଠାରେ ଅନେକ ଲୋକ ମହଜୁଦ ଥିବା ଜଣେ ଅଧିକାରୀ କହିଛନ୍ତି ।
ସୂଚନା ଯେ, ଋଷ ଗତ ସୋମବାର ମଧ୍ୟ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କରିଥିଲା । ଏହି ଆକ୍ରମଣ କିଭ, ଖମେଲନିତସ୍କୀ, ଲବୀବ, ନିପ୍ରୋ, ବିନିତ୍ସିୟା, ସୁମି, ଖାର୍କିଭ ଓ ଜାଇଟମିର ସମେତ ଅନେକ ସହର ଉପରେ ଆକ୍ରମଣ କରିଥିଲା । ଫଳରେ ଅନେକ ସ୍ଥାନରେ ପାଣି ଓ ବିଜୁଳି ଆସିବା ବନ୍ଦ ହୋଇଯାଇଥିଲା ।
