ସିମ୍ପୁଲ ଫୁଡ୍, ପୁରା ଫିଟ ! ଖାଦ୍ୟରେ ସାମିଲ କରନ୍ତୁ ଏହି ବ୍ୟଞ୍ଜନ, ଶରୀରକୁ ଛୁଇଁବନି ରୋଗ
ସକାଳ ଜଳଖିଆ ବା ବ୍ରେକଫାଷ୍ଟ । ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି କି ? କିଛି ଲୋକ କର୍ମକ୍ଷେତ୍ରରେ ବ୍ୟସ୍ତତା ହେତୁ ବ୍ରେକଫାଷ୍ଟ କରିପରାନ୍ତି ନାହିଁ । ଆପଣ ବି ବ୍ରେକଫାଷ୍ଟ ସ୍କିପ କରୁଥିଲେ ଜାଣି ରଖନ୍ତୁ ଏହା ଦ୍ୱାରା ବହୁ ସମସ୍ୟା ଦେଖାଯାଇଥାଏ । ଡାଏଟ ଏବଂ ବିଭିନ୍ନ ପ୍ରକାରର ଫାଷ୍ଟିଂରେ ବ୍ରେକଫାଷ୍ଟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆସନ୍ତୁ ଜାଣିବା କିଛି ହେଲଦି ବ୍ରେକଫାଷ୍ଟ ବିଷୟରେ । ଯାହା ଆପଣଙ୍କ ପାଇଁ ବେଶ ଜରୁରୀ ।
ଅଣ୍ଡା, ଏଥିରେ ଭରପୁର କ୍ୟାଲସିୟମ ରହିଛି। ଯାହା ଆପଣଙ୍କୁ ପୁରା ଦିନ କାମ କରିବା ପାଇଁ ଶକ୍ତି ଯୋଗାଇ ଥାଏ । ସାଧାରଣତଃ ଅଣ୍ତା ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ଅଣ୍ତାରେ ରେସିପି ବନେଇବା ବହୁତ ସହଜ । ହେଲଦି ବ୍ରକଫାଷ୍ଟ ପାଇଁ ଆପଣ ଆଣ୍ତାରେ ଅମଲେଟ ବନେଇପାରିବେ । ଏବଂ ଅଣ୍ତାସିଝା ମଧ୍ୟ ଖାଇପାରିବେ । ଏବଂ ଆପଣ ଏଗଟୋଷ୍ଟ କରି ମଧ୍ୟ ଖାଇପାରିବେ।
ଓଡସ୍ ମିଲ ମଧ୍ୟ ଆପଣ ନିଜ ବ୍ରକଫାଷ୍ଟରେ ମଧ୍ୟ ସାମିଲ କରିପାରିବେ। ଏଥିରେ ଭରପୁର ପରିମାଣର ଆଇରନ୍, ଭିଟାମିନ୍ ବି, ମାଙ୍ଗାନିଜ୍, ଜିଙ୍ଗସ୍ ଓ ସେଲୁନିୟମ ରହିଛି । ଏହା ଖାଇବା ଦ୍ବାରା ଆପଣଙ୍କୁ କାମ କରିବାକୁ ଦିନ ଯାକ ଶକ୍ତି ମିଳିଥାଏ । ସାଧାରଣତଃ ଏହାକୁ ସବୁ ବର୍ଗର ଲୋକେ ଖାଇପାରିବେ। ସେହିପରି ସକାଳ ଜଳଖିଆ ପାଇଁ ସବୁଠୁ ହେଲଦି ଖାଦ୍ୟ ହେଉଛି ଭେଜିଟେବୁଲ ସାଲାଡ୍ ।
ସାଧାରଣତଃ ଅଧିକାଂଶ ଲୋକେ ସକାଳ ଜଳଖିଆରେ ଗ୍ରୀନ ଭେଜିଟେବୁଲ ସାଲାଡ ଖାଇବାକୁ ପସନ୍ଦ କରନ୍ତି । ଏହା ଏବେ ଏକ ପ୍ରକାର ଟ୍ରେଣ୍ତରେ ପରିଣତ ହେଲାଣୀ । ସବୁଜ ପତ୍ର ଏବଂ ଅନ୍ୟାନ୍ୟ ପନିପରିବାର ମିଶ୍ରଣ ସମସ୍ତ ଜରୁରୀ ଭିଟାମିନ୍ ଥାଏ । ସାଲାଡରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ । ଏବଂ ଏହା ଡାଏଟାରୀ ଫାଇବରର ଏକ ଉତ୍ସ ବୋଲି କହିପାରିବା।
ବ୍ରାଉନ ବ୍ରେଡ ମଧ୍ୟ ଆପଣ ସକାଳ ଜଳଖିଆରେ ଖାଇପାରିବେ। ଯେଉଁଥିରେ ହାଇଫାଇବର ଓ କମ୍ପେକ୍ସ କାର୍ବସ୍ ରହିଛି । ଏହା ବ୍ଲଡ ସୁଗାରକୁ ମଧ୍ୟ ଠିକ୍ ନିୟନ୍ତ୍ରଣରେ ରଖେ। ବ୍ରାଉନ ବ୍ରେଡରେ ମଧ୍ୟ ଆପଣ ସାଣ୍ତଓ୍ବିଚ ବନେଇ ପାରିବେ । ସେଥିରେ ଅଣ୍ତା ମଧ୍ୟ ସାମିଲ କରିପାରିବେ। ଏହାଏକ ହେଲଦି ବ୍ରେକଫାଷ୍ଟ । ଶରୀରକୁ ସୁସ୍ଥ ରଖିବା ସହ ଏନର୍ଜି ମଧ୍ୟ ଯୋଗାଇ ଥାଏ । ଯଦି ଆପଣ ନିଜ ବ୍ରେକଫାଷ୍ଟକୁ ଅଧିକ ହେଲଦି ବନେଇବାକୁ ଚାହୁଛନ୍ତି । ତେବେ, ଆପଣ ନିଜ ସକାଳ ଜଳଖିଆରେ ବିଭିନ୍ନ ପ୍ରକାର ଫଳ ଖାଇପାରିବେ। ଯାହା ଆପଣଙ୍କୁ ଏନର୍ଜି ଯୋଗାଇବା ସହ ଆପଣଙ୍କ ତ୍ବଚାରେ ମଧ୍ୟ ଅଧିକ ଚମକ ଆଣିଥାଏ ।
ଚିଆ ସିଡ୍ ପୁଡିଂ ଯାହା ଆପଣ ନିଜ ଜଳଖିଆରେ ସାମିଲ କରିପାରିବେ। ଚିଆ ମଞ୍ଜିକୁ ସାଧାରଣତଃ ଲୋକେ ପେଣ୍ତ ଥଣ୍ତା ରଖିବା ପାଇଁ ଲସି ହିସାବରେ ପିଇ ଥାନ୍ତି। ଏହି ଚିଆ ମଞ୍ଜିରେ ସକାଳ ଜଳଖିଆ ଆପଣ ପ୍ରସ୍ତୁତ କରିପାରିବେ । ପୋହା ବା ଚୁଡା ଉପମାକୁ ମଧ୍ୟ ସକାଳ ଜଳଖିଆରେ ସାମିଲ କରିପାରିବେ। ଚୁଡା ଉପମା ବନେଇବା ବହୁତ ସହଜ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସାଧାରଣତଃ ୧୦-ରୁ ୧୫ ମିନିଟ ସମୟ ଲାଗିଥାଏ ।
