ଆମୋଦ ଓ ଭରୁଚ ଠାରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ଗାନ୍ଧୀନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ସ୍ଥିତ ଆମୋଦ, ଭରୁଚ ଠାରେ ୮,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ମୂଲ୍ୟର ଅନେକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ସେହି ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ବୁସର ଠାରେ ବଲ୍?କ ଡ୍ରଗ୍ ପାର୍କ, ଦହେଜ ଠାରେ ଗଭୀର ସମୁଦ୍ରରେ ପାଇପ୍?ଲାଇନ୍ ପ୍ରକଳ୍ପ, ଅଙ୍କଲେଶ୍ୱର ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ଏବଂ ଅଙ୍କଲେଶ୍ୱର ଏବଂ ପନୋଲିରେ ବହୁ ସ୍ତରୀୟ ଔଦ୍ୟୋଗିକ ସେଡ୍ ର ବିକାଶର ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ଗୁଡିକୁ ମଧ୍ୟ ଉତ୍ସର୍ଗ କରିଥିଲେ, ଯାହା ଗୁଜରାଟରେ ରସାୟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ, ସେହି ପ୍ରକଳ୍ପ ଗୁଡିକ ମଧ୍ୟରେ ଜିଏସିଏଲ୍ ପ୍ଲାଂଟ, ଭରୁଚ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ଏବଂ ଆଇଓସିଏଲ୍ ଦହେଜ କୋୟାଲି ପାଇପ୍ ଲାଇନ୍ ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ ।
ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ଶ୍ରୀ ମୁଲାୟମ୍ ସିଂହ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । “ମୁଲାୟମ୍ ସିଂହ ଜୀ’ଙ୍କ ସହିତ ମୋର ସମ୍ପର୍କ ବହୁତ ସ୍ୱତନ୍ତ୍ର ଥିଲା । ମୁଖ୍ୟମନ୍ତ୍ରୀ ରୂପରେ ଯେତେବେଳେ ଆମର ସାକ୍ଷାତ ହେଉଥିଲା, ସେତେବେଳେ ଆମ ଭିତରେ ପାରସ୍ପରିକ ସମ୍ମାନ ଏବଂ ନିକଟତର ଭାବନା ରହୁଥିଲା” ବୋଲି ସେ କହିଥିଲେ । “ଆଜି ଗୁଜରାଟର ଏହି ମାଟିରୁ ଏବଂ ମାଆ ନର୍ମଦାଙ୍କର ତଟ ଦେଶରୁ ଆଦରଣୀୟ ମୁଲାୟମ ସିଂହ ଜୀ’ଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୁଁ ଈଶ୍ୱରଙ୍କୁ ତାଙ୍କ ପରିବାର ଏବଂ ପ୍ରଶଂସକ ମାନଙ୍କୁ ଏହି ଅପୂରଣୀୟ କ୍ଷତିକୁ ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଛି ।”
ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ, ଭରୁଚକୁ ରସାୟନ କ୍ଷେତ୍ର ସହିତ ସମ୍ବନ୍ଧିତ ଅନେକ ପ୍ରକଳ୍ପ ଗୁଡିକ ସହିତ ପ୍ରଥମ ବଲ୍କ ଡ୍ରଗ୍ ପାର୍କ ପ୍ରଦାନ କରା ଯାଇଛି । ସେ କହିଥିଲେ ଯେ, “ସଂଯୋଗ ସହିତ ଯୋଡି ହୋଇଥିବା ଦୁଇ ବୃହତ୍ ପ୍ରକଳ୍ପ ଗୁଡିକୁ ଆଜି ଆରମ୍ଭ କରା ଯାଇଛି ।” ଶ୍ରୀ ମୋଦୀ ଏହା ମଧ୍ୟ ସୂଚନା ଦେଇଥିଲେ ଯେ, ଅଙ୍କଲେଶ୍ୱରରେ ଭରୁଚ ବିମାନ ବନ୍ଦରର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି, ଯାହା ଫଳରେ ଭରୁଚର ଲୋକ ମାନଙ୍କୁ ବରୋଦା ଏବଂ ସୁରଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଭରୁଚ ଏକ ଏମିତି ଜିଲ୍ଲା ଅଟେ, ଯେଉଁଥିରେ, ଦେଶର ଅନ୍ୟ ଛୋଟ ଛୋଟ ରାଜ୍ୟ ଗୁଡିକ ତୁଳନାରେ ଅଧିକ ଉଦ୍ୟୋଗ ରହିଛି, ଏବଂ ନୂତନ ବିମାନ ବନ୍ଦର ପ୍ରକଳ୍ପ ସହିତ, ଏହି କ୍ଷେତ୍ର ବିକାଶ ପ୍ରସଙ୍ଗରେ ବହୁତ ଆଗରେ ରହିବାକୁ ବାଧ୍ୟ । ଶ୍ରୀ ମୋଦୀ କହିଥିଲେ ଯେ, “ଏହା ନରେନ୍ଦ୍ର – ଭୂପେନ୍ଦଙ୍କର ଦୁଇ ଇଞ୍ଜିନ୍ ବିଶିଷ୍ଟ ସରକାରଙ୍କର ପରିଣାମ ଅଟେ, ଯାହା କାର୍ଯ୍ୟ ଗୁଡିକୁ ଉଲ୍?କା ପିଣ୍ଡର ଗତି ଭଳି ପୂରଣ କରିବା ପାଇଁ ଚେଷ୍ଟା କରିଥାଏ” । ଶ୍ରୀ ମୋଦୀ କହିଥିଲେ ଯେ, “ଏହା ଗୁଜରାଟର ଏକ ନୂତନ ଚେହେରା ଅଟେ ।” ଗୁଜରାଟ, ଗତ ଦୁଇ ଦଶକ ଗୁଡିକ ମଧ୍ୟରେ, ସମସ୍ତ କ୍ଷେତ୍ରରେ ପଛୁଆ ରାଜ୍ୟରୁ ଏକ ସମ୍ପନ୍ନ ଔଦ୍ୟୋଗିକ ଏବଂ କୃଷି ଉନ୍ନତ ରାଜ୍ୟରେ ପରିବର୍ତ୍ତିତ ହୋଇଛି । ବ୍ୟସ୍ତ ବନ୍ଦର ଏବଂ ଏକ ବିକାଶଶୀଳ ସମୁଦ୍ର ଉପକୂଳ ସହିତ, ଆଦିବାସୀ ଏବଂ ମାଛ ଧରାଳୀ ସମ୍ପ୍ରଦାୟର ଜୀବନରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖା ଦେଇଛି ।ପ୍ରଧାନମନ୍ତ୍ରୀ ତାଙ୍କର ‘ଭୋକାଲ – ଫର – ଲୋକାଲ୍’ ଆହ୍ୱାନକୁ ପୁଣି ଥରେ ଦୋହରାଇଥିଲେ । ସେ ଦିପାବଳୀ ସମୟରେ ସ୍ଥାନୀୟ ଅଂଚଳରେ ପ୍ରସ୍ତୁତ ଉତ୍ପାଦ ଗୁଡିକର ବ୍ୟବହାର କରିବା ନିମନ୍ତେ ଅନୁରୋଧ କରିଥିଲେ, କାରଣ ଏହା ଯୋଗୁଁ ସ୍ଥାନୀୟ ବ୍ୟବସାୟ ଗୁଡିକୁ ଏବଂ କାରିଗର ମାନଙ୍କୁ ସହାୟତା ମିଳି ପାରିବ । ସେ କହିଥିଲେ ଯେ ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୧୪ରେ ୧୦ମ ସ୍ଥାନରେ ରହିଥିବା ବେଳେ ଏବେ ଏହା ପଂଚମ ସ୍ଥାନରେ ପହଂଚି ଯାଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଦିବାସୀ ସମୁଦାୟ ରାଜ୍ୟ ଏବଂ ଦେଶର ବିକାଶର ଯାତ୍ରାରେ ବହୁତ ଯୋଗଦାନ ଦେଇଛନ୍ତି, ଏବଂ ସେମାନଙ୍କର ଯୋଗଦାନକୁ ସମ୍ମାନ କରିବା ନିମନ୍ତେ ସରକାର ଜନଜାତୀୟ ଗୌରବ ଦିବସ, ଯାହା ବୀର ଆଦିବାସୀ ସ୍ୱାଧୀନତା ସେନା ନାୟକ ଭଗବାସ ବିର୍ସା ମୁଣ୍ଡା, ଯାହାକୁ ସାରା ଦେଶରେ ଆଦିବାସୀ ସମ୍ପ୍ରଦାୟ ମାନଙ୍କ ଦ୍ୱାରା ସମ୍ମାନିତ କରା ଯାଇଥାଏ , ତାଙ୍କ ଜୟନ୍ତୀରେ ଉତ୍ସର୍ଗୀକୃତ କରିବା ନିମନ୍ତେ ଘୋଷଣା କରିଥିଲେ । ସମ୍ବୋଧନର ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭରୁଚ ଏବଂ ଅଙ୍କଲେଶ୍ୱରର ବିକାଶ ଅହମ୍ମଦାବାଦ ଏବଂ ଗାନ୍ଧି ନଗର ଭଳି ବିକାଶର ଯମଜ ସହର ମଡେଲ୍ (ଟ୍ୱିନ୍ ସିଟି ମଡେଲ୍ ଅଫ୍ ଡେଭଲପମେଂଟ) ଅନୁସାରେ କରା ଯାଉଛି । “ଲୋକମାନେ ଭରୁଚ ଏବଂ ଅଙ୍କଲେଶ୍ୱର ସମ୍ପର୍କରେ ଆଲୋଚନା କରିବାକୁ ଯାଉଛନ୍ତି, ଯେମିତି ସେମାନେ ନ୍ୟୁୟର୍କ ଏବଂ ନ୍ୟୁ ଜର୍ସି ସମ୍ପର୍କରେ ଆଲୋଚନା କରିଥାନ୍ତି”, ବୋଲି କହି ସେ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ, ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭୀୟ ଏବଂ ସଂସଦର ସଦସ୍ୟ ଶ୍ରୀ ସି. ଆର. ପାଟିଲ୍ ଏବଂ ଶ୍ରୀ ମନସୁଖ ବସାଭା ପ୍ରମୁଖ ଉପସ୍ଥିତ ଥିଲେ । ଭାରତକୁ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ଆଉ ଏକ ପଦକ୍ଷେପ ନେଇ, ପ୍ରଧାନମନ୍ତ୍ରୀ ଜମ୍ବୁସରରେ ବଲ୍କ ଡ୍ରଗ୍ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୧ – ୨୨ରେ, ସମୁଦାୟ ଔଷଧୀୟ ସାମଗ୍ରୀର ଆମଦାନୀରେ ୬୦%ରୁ ଅଧିକ ଭାଗ ଔଷଧ ଗୁଡିକର ରହିଥିଲା । ଏହି ପ୍ରକଳ୍ପ ଆମଦାନୀ ପ୍ରତିସ୍ଥାପନକୁ ସୁନିଶ୍ଚିତ କରିବା ଏବଂ ଅଧିକ ଔଷଧ ନିମନ୍ତେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ସହାୟତା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ଦହେଜ ଠାରେ ଗଭୀର ସମୁଦ୍ର ପାଇପଲାଇନ୍ ପ୍ରକଳ୍ପର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ, ଯାହା ଔଦ୍ୟୋଗିକ ଏକକ ଗୁଡିକ ଦ୍ୱାରା ଉପଚାରିତ ହୋଇଥିବା ଆବର୍ଜନା ଜଳ ସମସ୍ୟାର ସମାଧାନ କରିବାରେ ସହାୟତା କରିବ । ଯେଉଁ ଅନ୍ୟ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ପ୍ରଧାନମନ୍ତ୍ରୀ ସ୍ଥାପନ କରିଥିଲେ, ସେଗୁଡିକ ମଧ୍ୟରେ ଅଙ୍କଲେଶ୍ୱର ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ଏବଂ ଅଙ୍କଲେଶ୍ୱର ଏବଂ ପନୋଲିରେ ବହୁସ୍ତରୀୟ ଔଦ୍ୟୋଗିକ ଶିଳ୍ପ ଶେଡ୍ ର ବିକାଶ, ଯାହା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ସେସବୁ ସାମିଲ୍ ଅଟେ । ପ୍ରଧାନମନ୍ତ୍ରୀ ଅନେକ ଔଦ୍ୟୋଗିକ ପାର୍କ ଗୁଡିକର ବିକାଶ ନିମନ୍ତେ ଶିଳାନ୍ୟାସ କରିଥିଲେ । ଏଥିରେ ଚାରିଟି ଜନଜାତୀୟ ଔଦ୍ୟୋଗିକ ପାର୍କ ଗୁଡିକ ସାମିଲ୍ ଅଟେ, ଯାହା ବାଲିଆ, (ଭରୁଚ), ଅମିରଗଡ (ବନସକଣ୍ଠା), ଚକାଲିୟା (ଦାହୋଡ) ଏବଂ ବାନର (ଛୋଟା ଉଦୟପୁର)ରେ ରହିଛି । ଅନ୍ୟ ପାର୍କ ଗୁଡିକ ମଧ୍ୟରେ ମୁଦେଥା (ବନସକଣ୍ଠା) ଠାରେ କୃଷି ଭିତ୍ତିକ ପାର୍କ, କକୱାଡି ଦାନ୍ତି (ବଲସାଦ) ଠାରେ ସାମୁଦ୍ରିକ ଖାଦ୍ୟ ପାର୍କ ; ଏବଂ ଖାଣ୍ଡିବାବ୍ (ମହିସାଗର)ରେ ଏମ୍ଏସ୍ଏମ୍ଇ ପାର୍କ ରହିଛି । କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ଗୁଡିକର ଉତ୍ସର୍ଗ କରିଥିଲେ, ଯାହା ରସାୟନ କ୍ଷେତତ୍ରକୁ ପ୍ରୋତ୍ସାହନ ଦେବ । ସେ ଦହେଜରେ ୧୩୦ ମେଗାୱାଟ୍ ର କୋଜେନେରେସନ ପାୱାର ପ୍ଲାଂଟ ସହିତ ସମନ୍ୱିତ ୮୦୦ ଟିପିଡି କଷ୍ଟିକ୍ ସୋଡା ପ୍ଲାଂଟ୍ କୁ ମଧ୍ୟ ଉତ୍ସର୍ଗୀକୃତ କରିଥିଲେ । ଏହା ସହିତ ସେ ଦହେଜ ଠାରେ ରହିଥିବା କଷ୍ଟିକ୍ ସୋଡା ୟୁନିଟ୍ ର ବିସ୍ତାରକୁ ମଧ୍ୟ ଉତ୍ସର୍ଗ କରିଥିଲେ, ଯାହାର କ୍ଷମତା ଦୈନିକ ୭୮୫ ମେଟ୍ରିକ୍ ଟନ୍ ରୁ ବୃଦ୍ଧି କରାଯାଇ ଦୈନିକ ୧୩୧୦ ଟନ୍ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ଦହେଜରେ ପ୍ରତି ବର୍ଷ ଏକ ଲକ୍ଷ ମେଟ୍ରିକ୍ ଟନ୍ ରୁ ଅଧିକ କ୍ଲୋରୋମିଥେନ୍ ର ଉତ୍ପାଦନ ନିମନ୍ତେ ଏକ ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ସର୍ଗୀକୃତ ଅନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ ଦହେଜରେ ହାଇଡ୍ରୋଜେନ୍ ହାଇଡ୍ରେଟ୍ ପ୍ଲାଂଟ ଅନ୍ତର୍ଭୁକ୍ତ ଅଟେ, ଯାହା ଉତ୍ପାଦର ଆମଦାନୀ ପ୍ରତିସ୍ଥାପନରେ ସହାୟତା କରିବ, ଆଇଓସିଏଲ୍ ଦହେଜ – କୋୟଲି ପାଇପ ଲାଇନ୍ ପ୍ରକଳ୍ପ, ଭରୁଚ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ଏବଂ ଏସ୍ ଟିପି କାର୍ଯ୍ୟ ଏବଂ ଉମଲା ଆଶା ପନେଥା ସଡକକୁ ଚଉଡା ଏବଂ ମଜଭୁତ କରିବା ଇତ୍ୟାଦି ପ୍ରକଳ୍ପ ରହିଛି ।
