୫ନଂ ଜୋନରେ ବିଜେଡି ର ପଦଯାତ୍ରା
ବାଲେଶ୍ୱର : ୫ନଂ ଜୋନ ର ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ସୋମବାର ଦିନ ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖଇରା ବ୍ଲକ ର କୁରୁଣ୍ଟା ପଞ୍ଚାୟତ ର ବାରିଙ୍ଗିଆ ଗ୍ରାମରେ ଜିଲ୍ଲା ପରିଷଦ ମାନଶ କୁମାର ଦାସ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ମତ ରଖିଥିଲେ । ବିକାଶ ପ୍ରସଙ୍ଗ ରାଜନିତୀ ଠାରୁ ଉର୍ଦ୍ଧରେ ରହିବା ଦରକାର ବୋଲି ଉଲ୍ଲେଖ କରିଥିଲେ ା ଏହା ପୁର୍ବରୁ ଜଳଦା ପଞ୍ଚାୟତ ସଂପେଇ ,ମାଖନପୁର ପଞ୍ଚାୟତ ର ଖରିଦା ଗ୍ରାମରେ ପଦଯାତ୍ରା ସହିତ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।ଜଳଦା ସରପଞ୍ଚ ଗୀତାଞ୍ଜଳି ବେହେରା ସମିତି ସଭ୍ୟ ରମାକାନ୍ତ ମହାନ୍ତି ଶ୍ୟାମ ସୁନ୍ଦରପୁର ପଞ୍ଚାୟତ ସମିତି ସଭ୍ୟ ରବୀନ୍ଦ୍ର ମହାନ୍ତି,ମାଖନପୁର ସରପଞ୍ଚ ,ସମିତି ସଭ୍ୟ , ବିଜେଡି ନେତା ଅନାଦି ଦାସ,ଶତାଧିକ ବିଜେଡି କର୍ମି ଉପସ୍ଥିତ ଥିଲେ । ଫଟୋ-ଖଇରା୧-ବାରିଙ୍ଗିଆରେ ଅନୁଷ୍ଟିତ ସଭାରେ ବିଧାୟକ ଓ ଅନ୍ୟମାନେ
