ଔପଦାରେ ମା’ ଗଜଲଷ୍ମୀଙ୍କର ଅଷ୍ଟମତମ ପୂଜା ପାଳିତ
ଔପଦା : ଔପଦା ବଜାର ଦୁର୍ଗାମଣ୍ଡପ ଠାରେ ମା’ ଗଜଲଷ୍ମୀଙ୍କର ଅଷ୍ଟମତମ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ପୂଜା ୨ଦିନ ଧରି ଚାଲିଥିବାବେଳେ ରବିବାର ତଳକିଆ ଗ୍ରାମ ପୋଖରୀରୁ କଳସ ବୁଡ଼ାଯାଇ ମା’ଙ୍କ ନିକଟରେ ସ୍ଥାପନା ପରେ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା । ସୋମବାର ମା’ଙ୍କ ଠାରେ ପୂର୍ଣ୍ଣାହୁତି ଦିଆଯାଇଥିବା ବେଳେ ପୂଜା ର ଆୟୋଜକ କର୍ତ୍ତା ଭାବେ ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ ଇଂ. ସୁରେନ୍ଦ୍ର ନାୟକ, ସହଧର୍ମିଣୀ ସ୍ନେହଲତା ନାୟକ, ପୁତ୍ର କିଟ ବିଶ୍ୱବିଦ୍ୟାଳୟ ବିଦ୍ୟୁତ ବିଭାଗର ମୁଖ୍ୟ ଇଂ. ସଚ୍ଚିଦାନନ୍ଦ, ପୁତ୍ରବଧୂ କନକଲତା ନାୟକଙ୍କ ପକ୍ଷରୁ ପୂର୍ବ ବର୍ଷ ପରି ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ବ୍ରତୀ ଭାବେ କର୍ତ୍ତା ସୁରେନ୍ଦ୍ର, ସ୍ନେହଲତାଙ୍କ ସମେତ ନରହରି ନାୟକ, ହେମଲତା ନାୟକ, କାହ୍ନୁଚରଣ ରାଉତ କଳସ ବୁଡ଼ାଇଥିଲେ । ପୂଜା କାର୍ଯ୍ୟକୁ ଯଦୁନାଥ ବେହେରା, ଶାନ୍ତନୁ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିମାନେ ପରିଚାଳନାରେ ସହଯୋଗ କରିଥିଲେ ।
