ବର୍ଷାରେ ତିନ୍ତିଲେ,ଗଣ୍ଠିଲି ବୋହି କଲବଲ ହେଲେ ହବିଷ୍ୟାଳି
ପୁରୀ : ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର । ଧର୍ମମାସ କାର୍ତିକ । ଧାର୍ମିକ ବ୍ୟକ୍ତି ଭାବେ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରକୁ ଆସିବା ପରେ ଶିବିର ଖୋଜି ଖୋଜି କଲବଲ ହୋଇଛନ୍ତି । ପଞ୍ଜିକରଣ କରିଥିଲେ ମଧ୍ୟ କେତେକ ହବିଷ୍ୟାଳୀଙ୍କ ନାମ ଖାତାକୁ ଉଠିନଥିବାରୁ ସେମାନେ ଗଣ୍ଠିଲି ଧରି ୫ଟି ଶିବିର ବୁଲି ବୁଲି ହତାସ ହୋଇଛନ୍ତି । ଗେଟ ଖୋଲିନଥିବାରୁ ଓ ପଞ୍ଜିକରଣ ନମ୍ବର ମିଳୁନଥିବାରୁ ହବିଷ୍ୟାଳିମାନେ ବର୍ଷାରେ ଓଦା ହୋଇ ବଡ଼ଦାଣ୍ଡ ଦୁଇପାଶ୍ୱର୍ରେ ଥିବା ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ହବିଷ୍ୟାଳିମାନେ କୁମାରପୂର୍ଣ୍ଣମୀ ପୂର୍ବ ଦିନରୁ ଆସୁଥିବାରୁ ସେମାନଙ୍କୁ ରହିବା ପାଇଁ କାହିଁକି ଅନୁମତି ଦିଆଗଲାନାହିଁ ତାକୁ ନେଇ ହବିଷ୍ୟାଳିମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଘର ଲୋକ ଛାଡ଼ି ଦେଇ ଯିବା ପରେ ହବିଷ୍ୟାଳିମାନେ ବାହାରେ ଖର୍ଚ୍ଚାନ୍ତ ହେଉଛନ୍ତି । କମ ଟଙ୍କା ଧରି ଆସିଥିôବାରୁ ସୋମାନେ ଅଧିକ ଟଙ୍କା ଦେଇ ଖାଦ୍ୟ କିଣି ଖାଇବା ଅସମ୍ଭବ ହୋଇପଡ଼ିଛି । ହବିଷ୍ୟାଳିମାନେ ପଞ୍ଜିକରଣ ରସିଦ ଦେଖାଉଥିଲେ ମଧ୍ୟ ନାମ ମିଳୁନଥିବାରୁ କଲବଲ ହୋଇଛନ୍ତି । ବିଭିନ୍ନ ଅଞ୍ଛଳର ଦଳୀୟ ନେତାମାନେ ହବିଷ୍ୟାଳିମାନଙ୍କୁ ପୁରୀ ପଠାଇଥିବା ବେଳେ ସେମାନେ ନାମ ପଞ୍ଜିକରଣ କରିନଥିବାରୁ ପୁରୀକୁ ଆସି କଲବଲ ହେଇଛନ୍ତି ।
