ଓପିଏସି ପରୀକ୍ଷାରେ ଜଳେଶ୍ୱର ବ୍ଲକରୁ ୪ଜଣଙ୍କୁ ସଫଳତା
ଜଳେଶ୍ୱର : ସଦ୍ୟ ପ୍ରକାଶିତ ଓପିଏସି (ଓଏସ୍) ପରୀକ୍ଷାରେ ଜଳେଶ୍ୱର ବ୍ଳକର ୪ଜଣଙ୍କୁ ସଫଳତା ମିଳିଥିବା ଜଣାଯାଇଛି । ଏଥିରେ ଚମରାଗାଁ ପଂଚାୟତର ଚାଫଲା ଗାଁର ଜନ୍ମେଜୟ ବେହେରାଙ୍କ ପୁଅ ବ୍ରହ୍ମାନନ୍ଦ ବେହେରା ରେଙ୍କ ୫୮ରେ ରହି ବ୍ଳକ ପାଇଁ ଗୌରବ ଆଣିଛନ୍ତି । ସେହିପରି ମହମ୍ମଦନଗରପାଟଣା ପଂଚାୟତର ସେକସରାଇ ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ବିନୟ କୁମାର ସାହୁ ର୍ୟାଙ୍କ ୧୫୮, ଖୁଆଡ ପଂଚାୟତର ମହୁଡୁମା ଗାଁର ବୃନ୍ଦାବନ ସେଠୀଙ୍କ ପୁଅ ଅମିତ ସେଠୀ ର୍ୟାଙ୍କ ୨୭୫ ଓ ଚମରାଗାଁ ପଂଚାୟତର କୁମୁଚିଆ ଗାଁର ପ୍ରଫୁଲ୍ଲ ସିଂଙ୍କ ପୁଅ ହେମନ୍ଦ ସିଂ ୩୫୨ ର୍ୟାଙ୍କରେ ଥିବା ଜଣାଯାଇଛି । ଏହା ଜଣାଯିବାପରେ ସ୍ଥାନୀୟ ନେତୃବୃନ୍ଦ, ସରପଂଚ, ଶିକ୍ଷାବିତ୍ମାନେ ସେମାନଙ୍କୁ ସମ୍ବର୍ଦ୍ଧନା ଦେଇଥିବା ଜଣାଯାଇଛି ।
