ପିତୃପରିତ୍ୱକ୍ତ ଓ ମା ଯକ୍ଷ୍ମାପିଡିତାଙ୍କ ୨ ଶିଶୁଙ୍କ ଲାଳନପାଳନ ଲାଗି ପ୍ରଶାସନଙ୍କୁ ନିବେଦନ
ଜଳେଶ୍ୱର : ଜଳେଶ୍ୱର ମ୍ୟୁନିସିପାଲଟିର ୨ନଂ ୱାର୍ଡରେ ଜ୍ୟୋସ୍ନା ସିଂ ନାମକ ମହିଳା ୩ବର୍ଷ ଧରି ଯକ୍ଷ୍ମାରୋଗରେ ପିଡିତ ଥିବା ବେଳେ ତାର ସ୍ୱାମୀ ଅରୁଣ ସିଂ ତାଙ୍କୁ ଛାଡି ଅନ୍ୟତ୍ର ବାସ କରୁଛନ୍ତି । ପିତାମାତାଙ୍କର ଦୁଇ ପୁଅ ଅର୍ଜୁନ ସିଂ (୧୦) ଓ ଅଭୟ ସିଂ (୭) ଏବେ ବେସାହାରା ହୋଇଛନ୍ତି । ଖାଇବା ପିଇବା ଓ ଶିକ୍ଷାଦାନରୁ ବଂଚିତ ହେଉଥିବାରୁ ସେମାନଙ୍କୁ ସହାୟତା ଯୋଗାିବାକୁ କାଉନ୍ସିଲର ସୁରଜ କୁମାର ଚୌରାସିଆ ଜିଲା ଶିଶୁ ମଂଗଳ କମିଟିର ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନ୍ୟଥା ସେମାନେ ଖାିବା, ପିଇବା ଓ ଶିକ୍ଷାଦାନରୁ ବଂଚିତ ହେବେ ବୋଲି ଶ୍ରୀ ଚୌରାସିଆ ଲିଖିତଭାବେ କହିଛନ୍ତି ।
