ସଞ୍ଜୟଙ୍କ ପିଏସଓ ଚିତରଞ୍ଜନ ହତ୍ୟାକାଣ୍ଡ ଘଟଣା ସିବିଆଇ ତଦନ୍ତ ଦାବିରେ ପରିବାରବର୍ଗ ଦେବେ ଧାରଣା
ପୁରୀ : ନିମାପଡ଼ା ପରେ ବ୍ରହ୍ମଗିରି ରାଜନୀତି ଏବେ ଉଷ୍ମ ହୋଇ ଉଠିଛି । ଦୀର୍ଘ ୧୦ମାସ ତଳେ ସଞ୍ଜୟଙ୍କ ପୂର୍ବତନ ପିଏସଓ ଚିତରଞ୍ଜନ ହତ୍ୟାକାଣ୍ଡ ଘଟଣାର ପ୍ରକୃତ ଦୋଷୀକୁ ଧରିବା ପାଇଁ ପରିବାର ପକ୍ଷରୁ ଆସନ୍ତାକାଲି ସୋମବାର ଦିନ ବ୍ରହ୍ମଗିରି ଢାବା ଛକ ଠାରେ ଧାରଣା ଦେବେ ବୋଲି ପ୍ରେସ ରିଲିଜରେ ଜଣାଇଛନ୍ତି । ଚିତରଞ୍ଜନଙ୍କ ପ୍ରସନ୍ନ ପଲାଇ କହିଛନ୍ତି କ୍ରାଇମବ୍ରାଞ୍ଛ ରାଜନୀତିକ ଚାପରେ ଚାପି ହୋଇ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଖୁଲମଖୋଲା ବୁଲୁଛନ୍ତି । କ୍ରାଇମବ୍ରାଞ୍ଛ ଡ଼ିଏସପି ଶେଷ ପ୍ରେସ ମିଟ୍ରେ କହିଥିଲେ ଅଶୋକ ଉପାଧ୍ୟାୟ ଓ ଜଗନ୍ନାଥ ଷଡ଼ଙ୍ଗୀ ଗିରଫ ପରେ ଅନ୍ୟ ଅଭିଯୁକ୍ତଙ୍କୁ ପରେ ଗିରଫ କରାଯିବ । କିନ୍ତୁ ୧୦ମାସ ବିତିଗଲାଣି ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛନ୍ତି । ଏହାର ସିବିଆଇ ତଦନ୍ତ କରିବା ପାଇଁ ପରିବାର ଲୋକ ଦାବି କରିବା ସହ ଆସନ୍ତାକାଲି ପରିବାର ସହ ଗ୍ରାମବାସୀ ଓ ଅଞ୍ଛଳବାସୀ ବ୍ରହ୍ମଗିରି ବଜାର ଢାବା ଛକରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଅହରାତ ଧାରଣରେ ବସିବେ । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ନବୀନ ନିବାସ ଆଗରେ ଆତ୍ମହୁତି ଦେବେ ବୋଲି ଚେତାବନି ଦେଇଛନ୍ତି । ୨୦୨୧ ଡ଼ିସେମ୍ବର ୧୨ ତାରିଖରେ ଚିତରଞ୍ଜନଙ୍କ ମୃତ ଦେହ ଗଡ଼ମୃଗଶିରା ବ୍ରିଜ ପାଖରେ ଠାବ ହୋଇଥିଲା । ୧୦ ତାରିଖ ଦିନ ମାଟିଆପଡ଼ାରେ ସାଙ୍ଗମାନଙ୍କ ସହ ଭୋଜି କରିବା ପରେ ଚିତରଞ୍ଜନ ନିଖୋଜ ହୋଇଥିଲା । ୧୧ ତାରିଖରେ ପରିବାର ପକ୍ଷରୁ ସଦରଥାନାରେ ଅଭିଯୋଗ ହେବା ପରେ ୧୨ ତାରିଖ ଦିନ ଶବ ଠାବ ହୋଇଥିଲା । ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଚିତରଞ୍ଜନକୁ କାହିଁକି ମାରିଦିଆଗଲା,କାହା ସହ ଶତୃତା ଥିଲା । ଏହି ଘଟଣାକୁ ନେଇ ପ୍ରକୃତ କାରଣ ପରିବାର ପାଇନଥିବା ବେଳେ ଆଗାମି ଦିନରେ ସିବିଆଇ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ମିଳିପାରିବ ବୋଲି ଆଶ କରିଛନ୍ତି ।
