ଶବ୍ଦକୁଞ୍ଜ ପରିବାରର ବାର୍ଷିକ ଉତ୍ସବ ଓ ଶାରଦୀୟ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ।
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ଚଉମୁଖ ବେଳାଭୂମି କଙ୍କଡ଼ାପାଳ ୟୁ.ଜି.ୟୁ.ପି. ସ୍କୁଲ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଶନିବାର ଶବ୍ଦକୁଞ୍ଜ ପରିବାର ପକ୍ଷରୁ ଶାରଦୀୟ ବନ୍ଧୁମିଳନ ଓ ଦ୍ଵିତୀୟ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଉତ୍ସବର ପ୍ରଥମ ଅଧିବେଶନରେ ସ୍ଥାନୀୟ ରାମପ୍ରସାଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଧାଂଶୁ କୁମାର ପଞ୍ଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବି ନିରଞ୍ଜନ ବେହେରା, କବି ସନ୍ନ୍ୟାସୀ ପାତ୍ର ,ସଂଯୋଜିକା ସଂଗୀତା ବାରିକ୍ ,କବି ନଳିନୀକାନ୍ତ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶତାଧିକ କବି ଅଂଶ ଗ୍ରହଣ କରି ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ପ୍ରାରମ୍ଭରେ କଣ୍ଠଶିଳ୍ପୀ ମମତା ହାଜିରା ଏକ ଭକ୍ତି ସଂଗୀତ ଗାନ କରିଥିଲେ।ଉଦଯାପନ ଉତ୍ସବରେ ଅବସର ପ୍ରାପ୍ତ ଡ଼ିଆଇ ସୁବାସ ଚନ୍ଦ୍ର ଚୌଧୁରୀ ପୌରହିତ୍ୟ କରିଥିବା ବେଳେ ଉପସଭାପତି ତୀର୍ଥେଶ୍ ଚନ୍ଦ୍ର ରାୟମହାଶୟ ଅତିଥି ପରିଚୟ , ପ୍ରତିଷ୍ଠାତା ସମ୍ପାଦକ କାର୍ତ୍ତିକ ସେଠୀ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡକ୍ଟର ହରିଶ୍ଚନ୍ଦ୍ର ବେହେରା ,ମୁଖ୍ୟ ବକ୍ତା ଡକ୍ଟର ଶିରୀଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ. ସୁକାନ୍ତ ଗିରି ଓ ଫକୀରମୋହନ ସାହିତ୍ୟ ପରିଷଦର ଯୁଗ୍ମ ସଂପାଦିକା କଲ୍ୟାଣୀ ନନ୍ଦ ପ୍ରମୁଖ ଯୋଗ ଦେଇ ଶବ୍ଦ କୁଞ୍ଜର ସାରସ୍ୱତ ଗୁରୁତ୍ୱ ଆଲୋଚନା କରିଥିଲେ। ଗାୟିକା ସ୍ମୃତି ସନ୍ଦୀପ୍ତା ମହାପାତ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ । ମୁଖପତ୍ର ଶବ୍ଦକୁଞ୍ଜ-୨୦୨୨ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।ଡଗରା ଅନନ୍ତ ବଳିଆ ନୃତ୍ୟସଂସ୍ଥା ତରଫରୁ କୃତୀ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । କବି ସନ୍ନ୍ୟାସୀ ପାତ୍ର ଓ ଗାୟିକା ସ୍ମୃତି ସନ୍ଦୀପ୍ତା ମହାପାତ୍ରଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା । ପରିଶେଷରେ କବି ନବକୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
