ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଗୋପବନ୍ଧୁ ଜୟନ୍ତୀ ପାଳନ
ବାଲେଶ୍ୱର : ବାଲେଶ୍ୱର ସହର ଗୋପବନ୍ଧୁ ପାର୍କ ଠାରେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ତରଫରୁ ୧୪୫ତମ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ରବିବାର ଜିଲା ସଂଯୋଜକ ଆଇନଜୀବୀ ଜ୍ୟେତିପ୍ରକାଶ ବାରିକଙ୍କ ନେତୃତ୍ୱରେ ସ୍ଥାନୀୟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେଡି ଜିଲାସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଓ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସ୍ମୃତିଚାରଣ କରିଥିଲେ ।
ସାମ୍ମୁଖ୍ୟର କଳାକାରମାନେ ସଂକୀର୍ତ୍ତନର ତାଳେ ତାଳେ ରାମଧୁନ ପରିବେଷଣ କରିଥିଲେ । ବିଜେଡିର ନେତୃବୃନ୍ଦ କାଉନ୍ସିଲର ମୀନା ମହାନ୍ତି, ପୌରାଧ୍ୟକ୍ଷା ସବିତା ସାହୁ, ବିଜୁ ମହିଳା ଜନତା ଦଳ ଉପ-ସଭାପତି ରଞ୍ଜିତା ମହାପାତ୍ର, ସମ୍ପାଦିକା ମିନତୀ ସେଠୀ, ଏସ୍ସି ସେଲ୍ ମୁଖ୍ର ଶତ୍ରୁଘ୍ନ ମଲ୍ଲିକ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ସାହୁ, ପୂର୍ବତନ କାଉନ୍ସିଲର ଲାବଣ୍ୟବତୀ ବାରିକ ପ୍ରମୁଖ ଯୋଗଦେଇଥିଲେ । ଟାଉନ୍ ସମ୍ପାଦକ ସାବୀର ଖାନ, ରେମୁଣା ସଂଯୋଜକ ଶ୍ୟାମସୁନ୍ଦର ଦାସ, ୱାର୍ଡ଼ ସଂଯୋଜକ ରବୀନ୍ଦ୍ର ବେହେରା, ହରପ୍ରୀୟା ମହାପାତ୍ର, କାର୍ତ୍ତିକ ଯେନା, ଲକ୍ଷ୍ମୀଧର ମହାଳିକ, ନମ୍ରତା ମହାନ୍ତି, ଦିଲ୍ଲୀପ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
