ଅସହାୟ ପରିବାରକୁ ସହାୟତା ପ୍ରଦାନ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ଏନଏସି ଅନ୍ତର୍ଗତ ମେଣ୍ଡରା ଗାଁରେ ସମ୍ପ୍ରତି ଲଗାଣ ବର୍ଷାରେ ସ୍ୱର୍ଗତ ହରିହର ମଣ୍ଡ, ନରେନ୍ଦ୍ର ମଣ୍ଡ ଓ ସୁରେନ୍ଦ୍ର ମଣ୍ଡଳଙ୍କ ମାଟିକାନ୍ଥ ଘଣ ଭୁଷୁଡ଼ି ପଡ଼ିଥିଲା । ଫଳରେ ୩ଟି ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି । ମାଟିକାନ୍ଥ ଭୁଷୁଡ଼ିବା ଯୋଗୁଁ ଜଣେ ମହିଳା ଆହତ ହୋଇଛନ୍ତି । ଖବର ପାଇ ବାଲେଶ୍ୱର ଜିଲା ବିଜୁ ଜନତା ଦଳ ଏସସି ସେଲ୍ ସଭାପତି ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଗ୍ରାମବାସୀ ଓ ସ୍ଥାନୀୟ ସମାଜସେବୀ ବେଣୁଧର ଲେଙ୍କା, ଭକ୍ତହରି ତୁଙ୍ଗ, ଜଗଦିଶ ସିଂହ ଏବଂ ଭବାନୀ ଶଙ୍କର ପଣ୍ଡାଙ୍କ ସହ ମିଶି ପିଡ଼ିତ ଓ ବାସହୀନ ପରିବାରଙ୍କ ପାଖରେ ପହଂଚି ତମ୍ବୁ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହା ସହିତ ୩ଟି ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । ଆଗାମୀ ଦିନରେ ସେମାନଙ୍କୁ ସରକାରୀ ଯୋଜନାରେ ସ୍ଥାୟୀ ପକ୍କାଘର କିଭଳି ଯୋଗାଇ ହେବ ସେ ସମ୍ପର୍କରେ ଜିଲ୍ଲାପାଳ ଓ ରେମୁଣା ବିଧାୟକ ତଥା ବ୍ଲକ ଚେୟାରମ୍ୟାନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
