ଆଜି ମହାବୀର ଆଖଡ଼ା ସଂଘର ବାର୍ଷିକ ଆଖଡ଼ା ପ୍ରତିଯୋଗିତା
ବାଲେଶ୍ୱର : ରବିବାର ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ଅବସରରେ ବାଲେଶ୍ୱର ମାକଲପୁରସ୍ଥିତ ମହାବୀର ମନ୍ଦିର ପ୍ରାଙ୍ଗଣରେ ବାଲେଶ୍ୱର ମହାବୀର ଆଖଡ଼ା ସଂଘ ପକ୍ଷରୁ ବାର୍ଷିକ ଆଖଡ଼ା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅପରାହ୍ଣ ୪ଟାରେ ଅନୁଷ୍ଠିତ ହେବ । ଏହି ଅବସରରେ ଆଖଡ଼ା ଦଳଗୁଡ଼ିକ ଆଖଡ଼ା ପ୍ରତିଯୋଗିତାରେ ସାମିଲ ହେବେ ।
ଏହି ଅବସରରେ ଆଖଡ଼ା ସଂଘର ପ୍ରାଣପ୍ରତିଷ୍ଠାତା ତଥା ପୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ, ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସୁରେନ୍ଦ୍ରନାଥ ଦାସ, ସଂଘର ପ୍ରତିଷ୍ଠାତା ସଭାପତି ସବର୍ଗତ ଜ୍ଞାନରଞ୍ଜନ ପଟ୍ଟନାୟକ, ସଂଘର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ଅଚ୍ୟୁତାନନ୍ଦ ଦାସ, ଆଖଡ଼ା ସଂଘର ସର୍ବପ୍ରଥମ ପ୍ରଶିକ୍ଷକ ସ୍ୱର୍ଗତ ବେଙ୍ଗ ସେଠୀ, ମହାବୀର ଆଖଡ଼ା ସଂଘର ଭୂତପୂର୍ବ ସଭାପତି ସ୍ୱର୍ଗତ ଶିବଚନ୍ଦ୍ର ସିଂଘ, ଭୂତପୂର୍ବ ସଭାପତି ସ୍ୱର୍ଗତ ସତ୍ୟନାରାୟଣ ମିଶ୍ର ଓ ମହାବୀର ଆଖଡ଼ା ସଂଘର ଭୂତପୂର୍ବ ଉପଦେଷ୍ଟା ଲୋକନାଥ ସାହୁଙ୍କ ନାମରେ ସ୍ମୃତି ପୁରସ୍କାର, କୃତୀ ଆଖଡ଼ା ଦଳ ଓ କୃତୀ ଖେଳାଳୀମାନଙ୍କୁ ପ୍ରଦାନ କରାଯିବା ସହ ସଫଳ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଘ ସଭାପତି ଗୋପୀନାଥ ଶତପଥୀ, ସାଧାରଣ ସମ୍ପାଦକ ମନୋଜ କୁମାର ଦାସ, ସହକାରୀ ସାଧାରଣ ସମ୍ପାଦକ ବୈଲୋଚନ ଦାଶ, ଯୁଗ୍ମ ସମ୍ପାଦକ ରାମେଶ୍ୱର ବେହେରା ଓ ଲମ୍ବୋଦର ବେହେରା ପ୍ରମୁଖ ସୂଚନା ଦେଇଛନ୍ତି ।
