ଭାରତୀୟ ପୂର୍ବତନ ସେନାନୀ ସଂଘଦ୍ୱାରା ବାୟୁସେନା ଦିବସ ପାଳନ
ବାଲେଶ୍ୱର : ବାୟୁସେନା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ବାୟୁସେନା ଏବଂ ତା’ର ସମସ୍ତ କାର୍ଯ୍ୟରତ ଏବଂ କାର୍ଯ୍ୟନିବୃତ ସୈନିକ ଏବଂ କର୍ମଚାରୀଙ୍କ ସମ୍ମାନ ଦେବା ଏବଂ ଗୌରବାନ୍ୱିତ କରିବା । ଅଦ୍ୟ ଦିବସ ୮ ତାରିଖରେ ଏହି ଦିବସ ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂଘ ତରଫରୁ ଫଳ ବିତରଣ କରାଯାଇଛି । ସଂଘର ସଭାପତି କର୍ଣ୍ଣେଲ୍ କ୍ଷେତ୍ରମୋହନ ମହାପାତ୍ର, ସଂପାଦକ ଆନନ୍ଦ ଚନ୍ଦ୍ର ବରାଲ, ସହସଂପାଦକ ହେମନ୍ତ କୁମାର ଭୂୟାଁ, ଉପଦେଷ୍ଟା ଜୟନ୍ତ କୁମାର ସାହୁ ଏବଂ ଅନ୍ୟ ସଭ୍ୟବୃନ୍ଦ ଯଥା ଯଦୁନାଥ ସାହୁ, ପ୍ରଦୀପ କୁମାର ବେହେରା, ଅଭୟ ଲାଲ୍ ପାତ୍ର, କିଶୋର ଚନ୍ଦ୍ର ବେହେରା, ବିଶ୍ୱଜିତ୍ ଦାସ, ଦୀନବନ୍ଧୁ ବେହେରା, ହରିହର ରାଉତ, କମଳାକାନ୍ତ ବେହେରା, ଲକ୍ଷ୍ମୀଧର ପ୍ରଧାନ ଆଦି ଉପସ୍ଥିତ ଥିଲେ । ୧୯୩୨ ମସିହା ଆଜି ଦିନରେ ‘ଏୟାରଫୋର୍ସ’ର ପ୍ରତିଷ୍ଠା ହୋଇଥିଲା ଏବଂ ଆଜି ସାରା ପୃଥିବୀରେ ଭାରତୀୟ ବାୟୁସେନା ୪ର୍ଥ ସ୍ଥାନରେ ଅଛି । ଏହା ଏକ ଗୌରବର ବିଷୟ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଖସଶଷଗ୍ଧ ଉକ୍ଟଜ୍ଞଭବଗ୍ଧ ଐରକ୍ଷସମକ୍ଟକ୍ଟ୍ରଗ୍ଧରକ୍ସ ‘ପ୍ରଚଣ୍ଡ’କୁ ବାୟୁସେନାରେ ସାମିଲ କରାଯାଇଛି । ଆଜିର ଦିନରେ ବାୟୁସେନାର ଗୌରବମୟ ଇତିହାସ ସମସ୍ତ ଭାରତୀୟଙ୍କୁ ପ୍ରେରଣା ଦେଇ ଆଗାମୀ ଦିନର ସଂଗ୍ରାମ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ଭାରତୀୟ ପୂର୍ବତନ ସେନାନୀ ସଂଘର ସଭ୍ୟ ନିଜର ଶପଥକୁ ଦୋହରାଇଥିଲେ ।
