ହଜାର ହଜାର ସମର୍ଥକଙ୍କ ସହ ଜନସମ୍ପର୍କ ଯାତ୍ରାର ମଙ୍ଗ ଧରିଲେ କୈଳାସ
ପୁରୀ : ବ୍ରହ୍ମଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପୁରୀ ସଦରବ୍ଲକର ୧୧ଟି ପଞ୍ଛାୟତର ହଜାର ହଜାର ବିଜେଡ଼ି ସମର୍ଥକଙ୍କ ସହ ଆଜି ଜିଲ୍ଲାପରିଷଦ ସଭ୍ୟ କୈଳାସ ପରିଡ଼ାଙ୍କ ନେତୃତ୍ୱରେ ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । କେରାଣ୍ଡିପୁର ଦୋବନ୍ଧା ଛକ ନିକଟ ଶ୍ରୀଗତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମର୍ଥକମାନେ ଏକାଠି ହୋଇ ଓଡ଼ିଶାର ଜନପ୍ରିୟ ଜନନେତା ନବୀନ ପଟ୍ଟନାୟକ ହାତ ମୁଠାକୁ ଟାଣ କରିବା ପାଇଁ ଶପଥ ନେଇଥିଲେ । ପେଟକୁ ଦାନା,ପିଠିକୁ କନା,ମୁଣ୍ଡକୁ ବାସ ଓ ଦେହକୁ ଓଷ ଦେବାରେ ନବୀନ ପଟ୍ଟନାୟକ ସାରା ଭାରତରେ ଏକନମ୍ବର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କୈଳାସଙ୍କ ନେତୃତ୍ୱରେ ବ୍ରହ୍ମଗିରିର ବିକାଶ ଧାରାକୁ ହାଇସ୍ପିଡ଼ରେ ଆଗେଇ ନେବା ପାଇଁ ସମର୍ଥକମାନେ ନାରାବାଜି କରିଥିଲେ । ବ୍ରହ୍ମଗିରି ବିକାଶ ମଞ୍ଛ ପକ୍ଷରୁ ଏ ସମ୍ପର୍କରେ ଏକ ଆଲେଚନା ଓ ନିଷ୍ପତି ନିଆଯାଇ ଲୋକଙ୍କ ହିତ ପାଇଁ ମଞ୍ଛ କାମ କରିବ ବୋଲି ନେତୃମଣ୍ଡଳି ମତବ୍ୟକ୍ତ କରିଥିଲେ । ଏହି ସମାବେଶରେ ହରିହର ଉପାଧ୍ୟାୟ,ଚକ୍ରଧର ମହାପାତ୍ର,ଫକିର ବେହେରା , ଗଙ୍ଗାଧର ଭୋଳ,ଗୁଣ୍ଡିଚା ପ୍ରଧାନ ଓ ବୃନ୍ଦାବନ ପ୍ରଧାନଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ନବୀନଙ୍କ ବିକାଶଧାରା ଘରେ ଘରେ ପହଞ୍ଛେଇବା ପାଇଁ ସଚେତନତା ସୃଷ୍ଟି କରିଥିଲେ ।
