ଦ୍ୱାଦଶୀରେ ଗୋସାଣୀ ଯାତ ଓ ଭସାଣି ; ମହାଦୀପ ଦର୍ଶନରୁ ଦେବୀ ବଞ୍ଛିତ
ପୁରୀ : ଆଜି ଦ୍ୱାଦଶୀ ତିଥିରେ ସିଂହଦ୍ୱାର ସମ୍ମୁଖରେ ଗୋସାଣୀ ଯାତ ଅନୁଷ୍ଠିତ ହୋଇଛି । ଯାତ୍ରା ପରେ ଦେବୀଙ୍କ ମୁଣ୍ମୟୀ ମୃର୍ତି ଅସ୍ଥାୟୀ ପୁଷ୍କଋଣୀରେ ବିସର୍ଜନ କରାଯାଇଛି । ବିଭିନ୍ନ ସାହିରୁ ଦେବୀଙ୍କ ପଟୁଆର ସିଂହଦ୍ୱାରକୁ ଆସିଥିଲା । ସିଂହଦ୍ୱାର ଠାରେ ସାତସାହି ଓ ୪୨ ଗଳିରୁ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ମେଢ ସିଂହଦ୍ୱାର ଠାରେ ଏକତ୍ରୀକରଣ ହୋଇଥିଲେ । ବିରାଟକାୟ ମୃର୍ତି ସହ ସାଜସଜ୍ଜା ଓ ଆକର୍ଷଣୀୟ ମେଢରେ ଝଲସୁଥିଲା ସିଂହଦ୍ୱାର ।
ଏକାଦଶୀ ତିଥିରେ ଗୋସାଣୀ ଯାତ ଓ ଦେବୀ ସଭା ପରମ୍ପରା ରହିଥିବା ବେଳେ ଶ୍ରୀମନ୍ଦିରକୁ ଏକାଦଶୀରେ ମହାଦୀପ ଦର୍ଶନ ପରେ ଗୋସାଣିଙ୍କ ଭସାଣି ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ ପରମ୍ପରା ଭଙ୍ଗ ହୋଇଥିବାରୁ ସହରବାସୀଙ୍କ ମନରେ କ୍ଷୋଭ ସୃଷ୍ଟି ହୋଇଛି । ଗୋସାଣୀ ଯାତକୁ ସୁରୁଖୁରୁରେ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ ଓ ପୂଜା କମିଟି ସହଯୋଗରେ ସମ୍ପର୍ଣ୍ଣ ହୋଇଛି ।
