ସରକାରୀ କଣ୍ଟ୍ରୋଲ ଦୋକାନରୁ ରାସନ ସାମଗ୍ରୀ ଚୋରି : ଥାନାରେ ମାମଲା
ଜଳେଶ୍ୱର : ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାର୍ଡ ପଂଚାୟତର ନମକନା ଟେଗ୍ ସେଣ୍ଟରରୁ ଗତ ବିଳମ୍ବିତ ରାତିରେ ରାସନ ସାମଗ୍ରୀ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଦେବକୁମାର ଗାଁ ରିଟେଲର ରବିନ୍ଦ୍ର ମହାଳିକ ନମକନା ଗାଁରେ ନିଜର ଟେଗସେଣ୍ଟର ଖୋଲି ରେଳା ଓ ନମକନା ଗ୍ରାମର ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଆସୁଥିଲେ । ସେ ନମକନା ଗ୍ରାମର ବସନ୍ତ ଧଳଙ୍କ ଦୋକାନ ଘରକୁ ଭଡା ସୂତ୍ରରେ ନେଇ କଣ୍ଟୋଲ ଦୋକାନ ଚଳାଇ ଆସୁଥିବା ବେଳେ ଗତକାଲି ରାତ୍ରିିରେ ତାଙ୍କ ଦୋକାନରୁ ୪୪ ବସ୍ତା ଚାଉଳ, ୫୫ଲିଟର କିରୋସିନୀ, କମ୍ପୁଟର ଓଜନ ମେସିନ୍ ଓ ୧ଟି ସିଲିଂ ଫେନ୍ ସହିତ ୨୦ଟି ଖାଲି ବୁରା ଚୋରି ହୋଇଯାଇଥିବା ନାମ୍ପୋ ଫାଣ୍ଡିରେ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ଶ୍ରୀ ମହାଳିକ ଅପରାହ୍ନରେ ବିଡିଓ ପୁନମ୍ ରାଉତ, ଏମ୍ଆଇ ସାଗରିକା ରାଉତଙ୍କ ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ ହିତାଧିକାରୀମାନେ ସେମାନଙ୍କ ରାସନ ପାଇବାରେ ବିଳମ୍ବ ହେବା ନେଇ ସଂଶୟ ପ୍ରକାଶ ପାଇଛି ।
