ଜାତୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା ପାର୍ବତୀଙ୍କୁ ବିଭିନ୍ନ ମହଲରୁ ସମ୍ବର୍ଦ୍ଧନା
ବାରିପଦା : ଗୁଜୁରାଟର ଅହମଦାବାଦ ଠାରେ ଅନୁଷ୍ଠିତ ୩୬ ତମ ଜାତୀୟ କ୍ରୀଡାରେ ଓଡିଶା ରଗବି ଫୁଟବଲ ସିନିୟର ଦଳ ମହାରାଷ୍ଟ୍ରକୁ ପରାସ୍ତ କରି ଚମ୍ପିୟାନ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛି ଓ ଏହି ଦଳରେ ଥିବା ମୟୁରଭଂଜର ଏକମାତ୍ର ଖେଳାଳି ପାର୍ବତୀ ହାଁସଦା ବାରିପଦାରେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି ଓ ଜଗନ୍ନାଥ ମନ୍ଦିର ସମ୍ମୁଖରେ ତାଙ୍କ ପିତାମାତା, ତାଙ୍କର ଜନ୍ମ ସ୍ଥାନ ଭୁଡୁରୁବଣୀ ଗ୍ରାମର ଗ୍ରାମବାସୀ, ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ତଥା ପ୍ରଶିକ୍ଷକ ଦିବ୍ୟ ରଞ୍ଜନ ଦାସ, ସାଥି ଖେଳାଳି ଓ ସଦସ୍ୟ ବୃନ୍ଦ , ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅମର କୁମାର ସେଠି, ଅମ୍ବିକା ରାଉତ, ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସଦସ୍ୟ ଉମେଶ ସାହୁ, ଶିକ୍ଷକ ଦୀପକ ରାମ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ ଓ ଖବର ପାଇ ବାରିପଦା ବିଧାୟକ ପ୍ରକାଶ ସୋରେନ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ପ୍ରକାଶ ଥାଉକି ପାର୍ବତୀ ରାଣୀଭୋଳ ଆଶ୍ରମ ସ୍କୁଲରେ ପଢ଼ୁଥିବା ବେଳେ ପ୍ରଧାନ ଶିକ୍ଷକ କମଳାକାନ୍ତ ପ୍ରହରାଜଙ୍କ ପ୍ରେରଣା ପାଇ ରଗବି ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ ଓ ପିତାମାତାଙ୍କ ବିରୋଧ ସତ୍ୱେ ନିଜ ଜିଦରେ ଅଟଳ ଥିବା ପାର୍ବତୀ କୋଚ ଦିବ୍ୟ ରଂଜନ ଦାସଙ୍କ ଠାରୁ ପ୍ରଶିକ୍ଷଣ ପାଇ ଓଡିଶା ଦଳରେ ସ୍ଥାନ ପାଇଥିଲେ ଓ ତେବେ ବାଙ୍ଗିରିପୋଷି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ପାର୍ବତୀଙ୍କୁ ଅଭିନନ୍ଦନ ଜଣାଇବାସହ ରଗବି କିଟ ପ୍ରଦାନ କରିଛନ୍ତି ଓ ସେହିପରି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି ଅଭିନନ୍ଦନ ଜଣାଇବା ସହ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଓ ମୋରଡା ବିଧାୟକ ରାଜକିଶୋର ଦାସ ପାର୍ବତୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଓ ବାରିପଦା ନଗରପାଳ କୃଷ୍ଣଓନନ୍ଦ ମହାନ୍ତି ତାଙ୍କୁ ଅଭିନନ୍ଦନ ଜଣାଇବାସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ ବେଲଗଡ଼ିଆ ରାଜବାଟିକୁ ଡାକି ଅଭିନନ୍ଦନ ଜଣାଇବା ସହ ତାଙ୍କର ପୌଷ୍ଟିକ ଆହାର ପାଇଁ ଆବଶ୍ୟକୀୟ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ଓ ଆଗକୁ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚୟନ ଶିବିରରେ ଯୋଗ ଦେବା ପାଇଁ ସେ ଭୁବନେଶ୍ୱର ଗସ୍ତ କରିଛନ୍ତି ଓ
