ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷାଫଳ: ତେଜସ୍ୱିନୀ ବେହେରା ଟପ୍ପର
ଭୁବନେଶ୍ୱର : ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ୨୦୨୦-୨୧ ପରୀକ୍ଷା ଫଳ । ଏଥର ମୋଟ ୩୯୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିମଧ୍ୟରୁ ୧୪୮ ଜଣ ଛାତ୍ରୀ ରହିଥିବା ବେଳେ ୨୪୪ ଜଣ ପୁଅ ରହିଛନ୍ତି । ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଏବଂ ୩ ଜଣ ପୁଅ ଅଛନ୍ତି ।
ଖାସ୍ କଥାଟି ହେଲା, ପ୍ରଥମ ୩ଟି ସ୍ଥାନରେ ଝିଅ ରହିଛନ୍ତି । ଏହି କ୍ରମରେ ତେଜସ୍ୱିନୀ ବେହେରା ଟପ୍ପର ହୋଇଥିବାବେଳେ ଶୁଭଙ୍କରୀ ସୁଦେଷ୍ଣା ଓ ଅନନ୍ୟା ସୃଷ୍ଟି କ୍ରମଶଃ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଦେବବ୍ରତ କର ୪ର୍ଥ, ଦେବବ୍ରତ ମହାରଣା ୫ମ, ଅଭିସ୍ମିତା ତିୱାରୀ ୬ଷ୍ଠ, ଶୁଭଶ୍ରୀ ରଥ ୭ମ, ଶ୍ରୀତପା ମିଶ୍ର ୮ମ, ବିବେକାନନ୍ଦ ଷଡ଼ଙ୍ଗୀ ୯ମ ଓ ତପତି ରାଜ ୧୦ମ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି ।
